ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ବାଧ୍ୟତାମୂଳକ ହେବନି ଆଧାର କାର୍ଡ ! ସୁପ୍ରିମକୋର୍ଟଙ୍କ ସୂଚନା

32

କନକ ବ୍ୟୁରୋ : ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ବାଧ୍ୟତାମୂଳକ ହେବନି ଆଧାର କାର୍ଡ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ବ୍ୟାଙ୍କ ଏକାଉଂଟ୍ ଖୋଲିବା ଭଳି ଅନ୍ୟାନ୍ୟ କାର୍ଯ୍ୟରେ ଏହା ପୂର୍ବ ପରି ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜେଏସ ଖେହର ।

ସବୁ କ୍ଷେତ୍ରରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ବିରୋଧରେ ଆସିଥିବା ପିଟିସନ୍ ଗୁଡିକର ଶୁଣାଣି ପାଇଁ ୭ଜଣିଆ ଖଣ୍ଡପୀଠ ଗଠନ କରାଯିବ । ତେବେ ବର୍ତ୍ତମାନ ପାଇଁ ସବୁ କ୍ଷେତ୍ରରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ସମ୍ଭବ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।