କନକ ବ୍ୟୁରୋ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉତରପ୍ରଦେଶ ବାହାରକୁ ଯିବ ଉନ୍ନାଓ ଦୁଷ୍କର୍ମ ମାମଲା । ଦିଲ୍ଲୀର ଫାଷ୍ଟଟ୍ରାକ କୋର୍ଟରେ ଏ ସମ୍ପର୍କିତ ସମସ୍ତ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାରେ ରାଜ୍ୟ ବାହାରକୁ ଟ୍ରାନ୍ସଫର ହେବେ ଏସପି । ଏବେ ପର୍ଯ୍ୟନ୍ତ ଯାଂଚ ଓ ରାୟବରେଲିରେ ଚଳିତ ସପ୍ତାହରେ ହୋଇଥିବା ସଡ଼କ ଦୁର୍ଘଟଣାକୁ ନେଇ ସିବିଆଇ ଠାରୁ ସମସ୍ତ ତଥ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ ।

Advertisment

ଆଜି ୧୨ଟା ସୁଦ୍ଧା ସସସ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗରେ ଆଜି ଶୁଣାଣି କରି ଏପରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ମଧ୍ୟ ଏହି ମାମଲାକୁ ନେଇ ଶୁଣାଣି କରିବେ କୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏହା ସ୍ପଷ୍ଟ ହୋଇଯାଇଛି ଉନ୍ନାଓ ଦୁଷ୍କର୍ମ ମାମଲା, ଦୁର୍ଘଟଣା ମାମଲା ୟୁପି ବାହାରକୁ ଯିବ ।