ପୋଲାଭରମ ପ୍ରକଳ୍ପ ନେଇ ଜନଶୁଣାଣି କରିବାକୁ ଓଡିଶା ଓ ଛତିଶଗଡ଼କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୋଲାଭରମ ପ୍ରକଳ୍ପ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି

78

କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏ ବାବଦରେ ଜନଶୁଣାଣି କରିବାକୁ ଓଡିଶା ଓ ଛତିଶଗଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଶନିବାର ସୁଦ୍ଧା ଟର୍ମସ ଓ ରେଫରନ୍ସ ଦାଖଲ କରିବ କେନ୍ଦ୍ର । ଏହା ପରେ ସୋମବାର ଦିନ ସୁପ୍ରିମକୋର୍ଟ ପରବର୍ତୀ ଶୁଣାଣି କରିବେ । ତେବେ ଏହି ଜନଶୁଣାଣିର କଣ ସବୁ ନିୟମ ଓ ସର୍ତ୍ତାବଳୀ ରହିବ ସେ ନେଇ ଆସନ୍ତା ଶନିବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ସୁପ୍ରିମ୍‌କୋର୍ଟକୁ ଅବଗତ କରିବାକୁ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଏସ ଏ ନଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କରାଯାଉଛି । ଓଡିଶାର ବିରୋଧ ସତ୍ୱେ ଏହି ପ୍ରକଳ୍ପ ନିର୍ମାଣ ହେଉଛି ।

ସୂଚନାଯୋଗ୍ୟ ଯେ ପୋଲାଭରମ ପ୍ରକଳ୍ପ ନିର୍ମାଣ ହେଲେ ମାଲକାନଗିରିର କିଛି ଅଚଂଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏହାକୁ ଓଡିଶା ବିରୋଧ କରୁଛି । ଏପରିକି ମାମଲା ସୁପ୍ରିମକୋର୍ଟକୁ ଯାଇଛି । ଏପରିକି ଛତିଶଗଡ଼ ମଧ୍ୟ ପେଲାଭରମ ପ୍ରକଳ୍ପ ନେଇ ଆପତ୍ତି ଉଠାଇଲା । ତେଣୁ ଏହି ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି । ଆଜି ପୋଲାଭରମ ପ୍ରକଳ୍ପ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣୀ କରିବାକୁ ସୁପ୍ରିମ୍କୋର୍ଟ ତେବେ ଜନଶୁଣାଣିର ସର୍ତ୍ତାବଳୀ ଶନିବାର ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଅବଗତ କରିବାକୁ ଆଜି ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଛନ୍ତି।