‘ଚୌକିଦାର ଚୋର ହେ ମନ୍ତବ୍ୟ’ ଦେଇ ଫସିଲେ ରାହୁଲ ! କଂଗ୍ରେସ ଅଧ୍ୟକ୍ଷକଙ୍କ ବିରୋଧରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୨୨ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

284

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୁସ୍କିଲ ବଢିଲା । ‘ଚୌକିଦାର ଚୋର ହେ ମନ୍ତବ୍ୟ’ ବୟାନ ନେଇ ସୁପ୍ରିମକୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି ।ରାହୁଲ ଗାନ୍ଧୀ ରାଫେଲ ଡିଲ ଶୁଣାଣି ପରେ ଏପରି ଟିପ୍ପଣୀ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ କୋର୍ଟର ଅବମାନନା କରିବା ନେଇ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ ୨୩ ତାରିଖରେ ଶୁଣାଣି ହେବ । ଆଉ ୨୨ ସୁଦ୍ଧା ରାହୁଲଙ୍କୁ ଜବାବ ଦେବାକୁ ପଡ଼ିବ । ଭାରତୀୟଜନତା ପାର୍ଟିର ନେତ୍ରୀ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଶୁଣାଣିବେଳେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗଇ କହିିଥିଲେ, ଚୌକିଦାର ଚୋର ହେ ବୋଲି କୋର୍ଟ କେବେ ବି କହିନାହାନ୍ତି । ମିଡିଆରେ ଯାହା କୁହାଯାଇଛି ତାହା ସତ ନୁହେଁ । ରାହୁଲ ଗାନ୍ଧୀ ଏଭଳି କହିବା ସମ୍ପୂର୍ଣ୍ଣ ଭାବରେ ଭୁଲ । ଗତ ସପ୍ତାହରେ ରାଫେଲ ପ୍ରସଙ୍ଗରେ ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ । ଏହା ପରେ ରାହୁଲ ଗାନ୍ଧି କହିଥିଲେ ଯେ, ଏବେ ସୁପ୍ରିମକୋର୍ଟ ବି ମାନିସାରିଛନ୍ତି ‘ଚୌକିଦାର ଚୋର ହେ ମନ୍ତବ୍ୟ’ ।

ଏହାକୁ ଅଦାଲତ ଅବମାନନା ଦର୍ଶାଇ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟ ଯାଇଥିଲେ । କଂଗ୍ରେସ ସଭାପତି ନିଜର ରାଲିରେ ମୋଦି ଚୌକିଦାର ଚୌର ହେ ବୋଲି ବାରମ୍ବାର କହୁଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ରାଫେଲ କିଣାରେ ବଡ ଦୁର୍ନୀତି ହୋଇଛି । ଆଉ ଏଥିରେ ମୋଦି ସାମିଲ ଅଛନ୍ତି । ଅନୀଲ ଅମ୍ବାନୀଙ୍କୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଫାଇଦା ପହଂଚାଇଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି ।