କନକ ବ୍ୟୁରୋ : ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ । ସୁପ୍ରିମକୋର୍ଟ ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଂଚିବାର ଅଧିକାର ଅଛି । ମୁଁ ଯେମିତିକା ମତେ ସେହି ରୂପରେ ଗ୍ରହଣ କରାଯାଉ ବୋଲି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ରାୟରେ କହିଛନ୍ତି । ଏହି ପ୍ରସଙ୍ଗରେ ୪ଟି ଅଲଗା ଅଲଗା ରାୟ ଆସିଛି । ଧାରା ୩୭୭ ଉପରେ ବେଂଚ ବସିସାରିଛି । ୫ବିଚାରପତିଙ୍କ ଏହି ବେଂଚ ୪ଟି ଅଲଗା ଅଲଗା ରାୟ ଶୁଣାଇବେ ।
https://khabar.ndtv.comଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଭିନ୍ନ ମହଲର ଯୁକ୍ତି ଶୁଣିବା ପରେ ନିକଟରେ ସୁପ୍ରିମକୋର୍ଟ ଧାରା ୩୭୭ର ଉଚ୍ଛେଦ ପାଇଁ ସଂକେତ ଦେଇଥିଲେ । ସମଲିଙ୍ଗୀ ସଂପର୍କକୁ ନେଇ ରହିଥିବା ଅପରାଧ ଦିଗକୁ ଯଦି ହଟାଇ ଦିଆଯାଏ, ତେବେ ସମଲିଙ୍ଗୀ ସଂପର୍କ ସ୍ଥାପନ କରୁଥିବା ଲୋକମାନଙ୍କୁ ସମାଜରେ ଯେଉଁଭଳି ଭାବେ ବିରୋଧ କରାଯାଉଛି ଏବଂ ସେମାନଙ୍କୁ ନେଇ ଲୋକଙ୍କ ମନରେ ଯେଉଁ ଧାରଣା ରହୁଛି, ତାହା ଆଉ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।
ସୂଚନାଯୋଗ୍ୟ ଆଇପିସି ଧାରା ୩୭୭ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଯୌନ ସଂପର୍କ ସ୍ଥାପନ କରାଗଲେ ତାହାକୁ ଅପରାଧ ବିବେଚନା କରାଯିବ । ଏହି ଅପରାଧରେ ଜଡ଼ିତ ଲୋକଙ୍କ ପାଇଁ ଜେଲ ଓ ଜରିମାନା ଭଳି ବିଭିନ୍ନ ଦଣ୍ଡବିଧାନ ରହିଛି । ଦୁଇଜଣ ସମଲିଙ୍ଗୀ ବ୍ୟକ୍ତି ପରସ୍ପର ମଧ୍ୟରେ ସ୍ୱେଚ୍ଛାକୃତ ଭାବେ କୌଣସି ଅପ୍ରାକୃତିକ ଯୌନ ସଂପର୍କ ରଖିଲେ ବି ୩୭୭ରେ ତାହାକୁ ଅପରାଧ ବିବେଚନା କରାଯାଉଛି । ଏଥିପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ ଅଛି । ତେବେ ପ୍ରଥମେ ୨୦୦୧ରେ ନାଜ୍ ଫାଉଣ୍ଡେସନ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏ ପ୍ରସଙ୍ଗ ଉଠିଥିଲା । ପରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା ।
ଧାରା ୩୭୭କୁ ଅପରାଧମୁକ୍ତ କରାଯିବା ସପକ୍ଷରେ ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । ସହମତି ଭିତ୍ତିରେ ଯେ କୌଣସି ବ୍ୟକ୍ତି ପରସ୍ପର ସହ ସଂପର୍କ ରଖିପାରିବେ ଏବଂ ସେମାନଙ୍କୁ ଏଥିରୁ ବାରଣ କରାଯିବା ବେଆଇନ ବୋଲି କୋର୍ଟ ଦର୍ଶାଇଥିଲେ । ହାଇକୋର୍ଟଙ୍କ ଏଭଳି ରାୟ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ବେଳେ ସମଲିଙ୍ଗୀ ଅଧିକାର ସାମାଜିକ କର୍ମୀମାନେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ପରେ ସୁପ୍ରିମ୍କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଖାରଜ କରିଦେଇଥିଲେ। ଚଳିତବର୍ଷ ମେ ମାସରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏଲ୍ଜିବିଟି (ଲେସ୍ବିୟାନ୍, ଗେ, ବାଇସେକ୍ସୁଆଲ୍ ଏବଂ ଟ୍ରାନ୍ସଜେଣ୍ଡର) ଆଲୁମ୍ନି ସଂଘ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ସହମତ ହୋଇଥିଲେ। ତେବେ ଚଳିତବର୍ଷ ଜୁଲାଇ ୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/dua0gytc08q_section377-afp-270_625x300.jpg)