ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଫି ଛାଡ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଖଣ୍ଡପୀଠ ପଚାରିଲେ ଫି ନ ନେଲେ କେମିତି ଚାଲିବ କଲେଜ, କର୍ମଚାରୀ କେମିତି ପାଇବେ ଦରମା ।

Advertisment
ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଫି ଛାଡ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଖଣ୍ଡପୀଠ ପଚାରିଲେ ଫି ନ ନେଲେ କେମିତି ଚାଲିବ କଲେଜ, କର୍ମଚାରୀ କେମିତି ପାଇବେ ଦରମା ।

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଘରୋଇ କଲେଜର ଛାତ୍ରଙ୍କ ସେମିଷ୍ଟାର ଫି ଛାଡ ପାଇଁ ହେଇଥିବା ଆବେଦନ ଖାରଜ । କରୋନା ଯୋଗୁଁ ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକ ଚାକିରୀ ହରାଇଛନ୍ତି, କେତେକ ଲୋକଙ୍କ ଦରମା କାଟ ହେଉଥିବାରୁ ଫିଜ ଛାଡ କରିବାକୁ ଆବେଦନରେ ଦର୍ଶାଯାଇଥିଲା । ଖଣ୍ଡପୀଠ ଆବେଦନକୁ ଖାରଜ କରିବା ସହ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି, ଫି ଛାଡ କରାଗଲେ କଲେଜ କେମିତି ଚାଲିବ?

କଲେଜର କର୍ମଚାରୀଙ୍କ ଦରମା କେମିତି ଦିଆଯିବ? ଏହାପରେ ଆବେଦନକାରୀ କଲେଜ ପ୍ରଶାସନକୁ ଫିରେ କିଛି କୋହଳ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରିଥିଲେ । ତେବେ ଖଣ୍ଡପୀଠ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିବା ସହ ସଂପୃକ୍ତ, କଲେଜ ଓ ବିଶ୍ୱବିଦ୍ୟାଳୟ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଘରୋଇ ସ୍କୁଲଗୁଡିକୁ ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି ନକରିବାକୁ ଅପିଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe