ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଆଡଭାନୀଙ୍କ ସମେତ ୧୩ ନେତାଙ୍କ ବିରୋଧରେ ଚାଲିବ ଅପରାଧୀକ ମାମଲା

Advertisment
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଆଡଭାନୀଙ୍କ ସମେତ ୧୩ ନେତାଙ୍କ ବିରୋଧରେ ଚାଲିବ ଅପରାଧୀକ ମାମଲା

କନକ ବ୍ୟୁରୋ : ଅଯୋଧ୍ୟା ମାମଲାରେ ଆଡଭାନୀଙ୍କୁ ଝଟକା । ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆଡଭାନୀଙ୍କ ସମେତ ୧୩ଜଣଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଅଯୋଧ୍ୟ ମାମଲାରେ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ମାମଲା ଚାଲିବ ।

ସୁପ୍ରିମକୋର୍ଟ ବିଚାରପତି ପିସି ଘୋଷ ଓ ଆର.ଏଫ ନରିମନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ତକ୍ରାଳିନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ତକ୍ରାଳିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ସମେତ ୧୩ ଜଣ ବିରୋଧରେ ଅପରାଧିକ ମାମଲା ଦାୟର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲା ସିବିଆଇ ।

ତେବେ କଲ୍ୟାଣ ସିଂହ ଏବେହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ଯୋଗୁଁ ବର୍ତମାନ ଏବେ ତାଙ୍କ ଉପରେ ମାମଲା ଚାଲିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରତିଦିନ ଏହି ମାମଲାର ଶୁଣାଣୀ କରିବା ସହ ୨ବର୍ଷ ମଧ୍ୟରେ ମାମଲାର ଶୁଣାଣୀ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe