ରାଜନୀତିରେ ଅପରାଧୀକରଣ ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ : ଦାଗୀ ପ୍ରାର୍ଥୀ ସମ୍ପର୍କିତ ସମସ୍ତ ସୂଚନା ୱେବସାଇଟରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ

138

କନକ ବ୍ୟୁରୋ : ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ତୁରନ୍ତ ସମସ୍ତ ଦାଗୀ ନେତାଙ୍କ ତାଲିକା ଦିଅ । ଅପରାଧିକ ସୂଚନାକୁ ସାର୍ବଜନୀନ କରାଯାଉ । ରାଜନୀତିରେ ଦାଗୀ ନେତାଙ୍କୁ ଦେଖି ଚିନ୍ତା ବ୍ୟକ୍ତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ସମସ୍ତ ରାଜନୈତିକ ଦଳ ନିଜ ନିଜ ୱେସାଇଟରେ ୱେବସାଇଟରେ ପ୍ରାର୍ଥୀଙ୍କ ସବିଶେଷ ତଥ୍ୟ ଦେବେ । ଏଥିରେ  ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଓ ସେମାନଙ୍କ ଚୟନ କରିବାର କାରଣ ଦର୍ଶାଇବେ । ଅର୍ଥାତ ରାଜନତୈକ ଦଳକୁ  କହିବାକୁ ପଡିବ, ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ପ୍ରାର୍ଥୀ କାହିଁକି କରାଗଲା ।

ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ, ସମସ୍ତ ରାଜନୈତିକ ଦଳଙ୍କୁ ଆଶାୟୀ ପ୍ରାର୍ଥୀ ଘୋଷଣା କରିବାର ୭୨ ଘଂଟା ଭିତରେ ନିର୍ବାଚନ କମିସନଙ୍କୁ ସମସ୍ତ ସବୁ ତଥ୍ୟ ଦେବାକୁ ହେବ । କେବଳ ଏତିକି ନୁହେଁ ଘୋଷଣା ହୋଉଥିବା ପ୍ରାର୍ଥୀଙ୍କ  ବିଷୟରେ ସ୍ଥାନୀୟ ଖବରକାଗରେ ଛପାଇବାକୁ ପଡ଼ିବ । କୌଣସି ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ନଥିଲେ ବି ଏ ବାବଦରେ ସେମାନଙ୍କୁ ତଥ୍ୟ ଦେବାକୁ ହେବ । ଏଭଳି ନକଲେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇ ସୁପ୍ରିମକୋର୍ଟଙ୍କୁ ବି ଜଣାଇ ପାରିବେ ।

ଗତ କିଛି ଦିନ ହେଲା  ରାଜନୀତିରେ ଅପରାଧ ପୃଷ୍ଠଭୂମି ଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ନିକଟରେ ସରିଥିବା ଦିଲ୍ଲୀ ବିଧାନସଭାରେ ଏହା ସ୍ପଷ୍ଟ ଦେଖିବାକୁ ମିଳିଛି । ଏଡିଆର ରିପୋର୍ଟ ଅନୁସାରେ, ଦିଲ୍ଲୀରେ ୭୦ ବିଧାୟକଙ୍କ ମଧ୍ୟରୁ ୩୭ ଜଣଙ୍କ ବିରୋଧରେ ଗମ୍ଭୀର ମାମଲା ରହିଛି ।