ସାଉଥ୍ ମେଗାଷ୍ଟାର୍ ରଜନୀକାନ୍ତ ଏବେ ପୁଣି ଚର୍ଚ୍ଚାରେ । ସେ ତାଙ୍କର ନୂଆ ସିନେମା ‘କାଲା’ପାଇଁ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି ସିନେମା ତାମିଲ ଭାଷାରେ ନିର୍ମିତ ହୋଇଛି । ତେବେ ଏହାକୁ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ବି ରିଲିଜ୍ କରାଯିବ ବୋଲି ଜଣାଯାଇଛି । ଏହି ସିନେମାର ଟିଜର୍ ଗତକାଲି ଅର୍ଥାତ ହୋଲିରେ ରିଲିଜ୍ ହେଲା । ଏହାକୁ ମାତ୍ର ୨୪ ଘଣ୍ଟରେ ୧ କୋଟିରୁ ଅଧିକ ଦର୍ଶକ ଦେଖିଥିବା ଜଣାଯାଇଛି । ଏଣୁ ରଜନୀକାନ୍ତ ହୋଲିରେ ଧମାକା କରିଲେ ବୋଲି କୁହାଯାଉଛି ।
ଏଠାରେ ସୂଚନାଯୋଗ୍ୟ ଯେ ‘କାଲା’ର ଟିଜର୍ ମାର୍ଚ୍ଚ ୧ ତାରିଖରେ ରିଲିଜ୍ ହେବାର ଥିଲା ମାତ୍ର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ମୃତ୍ୟୁହେତୁ ଏହାକୁ ଆଉ ଗୋଟିଏ ଦିନ ଆଗକୁ ନିଆଯାଇଥିଲା । ଏ ବିଷୟରେ ପ୍ରଯୋଜକ ଧନୁଷ ନିଜର ଟ୍ଵିଟରରେ ସୂଚନା ଦେଇଥିଲେ । ଏହି ସିନେମାର ଟିଜରରେ ବଲିଉଡ ତାରକା ନାନା ପାଟେକରଙ୍କୁ ବି ଦେଖିବାକୁ ମିଳିଛି । ଏଥିରେ ହୁମା କୁରେସୀ ନାୟିକା ଭୂମିକାରେ ଅଛନ୍ତି ।