ସୁନ୍ଦରଗଡର ସୁପର ସ୍ପ୍ରେଡର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲାରୁ ସାମ୍ନାକୁ ଆସିଛି ଜଣେ ସୁପର ସ୍ପ୍ରେଡରଙ୍କ ତଥ୍ୟ । ୯୦ ଜଣଙ୍କୁ ସଂକ୍ରମିତ କରିଛନ୍ତି ଜଣେ ଆକ୍ରାନ୍ତ

1,134

କନକ ବ୍ୟୁରୋ : ସୁନ୍ଦରଗଡର ସୁପର ସ୍ପ୍ରେଡର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଉରକେଲାର ଜଣେ ସୁପର ସ୍ପ୍ରେଡରଙ୍କ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଆକ୍ରାନ୍ତ ପ୍ରାୟ ୯୦ଜଣଙ୍କୁ ସଂକ୍ରମିତ କରିଛନ୍ତି । ଆଜି ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ ୭୮ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଗତ ତିନି ଦିନ ମଧ୍ୟରେ ଜିଲ୍ଲାରେ ୧୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେକ୍ଟର ୧୬ର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପାଖାପାଖି ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସୁପର ସ୍ପ୍ରେଡରଙ୍କୁ ନେଇ ବର୍ତମାନ ରାଉରକେଲାରେ ଚହଳ ପଡିଯାଇଛି । ଅନ୍ୟପଟେ ୧୬ନମ୍ବର ସେକ୍ଟର ଅଂଚଳରେ କଟେନମେଂଟ ବଳବତର ରହିଥିବା ବେଳେ ରାଉରକେଲାର ଗୋଲଘର ଓ ବାସନ୍ତୀ କଲୋନୀ ଅଂଚଳକୁ କଂଟେନମେଂଟ ଘୋଷଣା କରାଯାଇଛି ।