ଟିଭିରେ କପିଲ ଶର୍ମା ଫେଲ ! ଲାଇଭ ସୋ’ରେ ଦର୍ଶକଙ୍କ ମନ ମୋହିଲେ ମଶହୁର ଗୁଲାଟୀ ଓରଫ ସୁନୀଲ ଗ୍ରୋଭର

20

କପିଲ ଶର୍ମାଙ୍କ ସହ ଝଗଡା ପରେ ସୁନୀଲ ଗ୍ରୋଭର କପିଲଙ୍କ ସୋ’ରେ ଆଉ ନଜର ଆସୁନାହାନ୍ତି । ସୁନୀଲ ଗ୍ରୋଭର ଏବେ କପିଲଙ୍କ ସୋ’ରେ ନୁହଁ ନିଜର ଏକ ସୋ’ ଆୟୋଜନ କରିଛନ୍ତି ଯାହାର ନାମ ହେଲା ‘ମସହୁର ଗୁଲାଟି କମେଡି କ୍ଲିନିକ୍’ । ସେ ଶନିବାର ଦିନ ଦିଲ୍ଲୀରେ ଆୟୋଜିତ ହୋଇଥିବା ନିଜର ଲାଇଭ ସୋ’ ‘ମସହୁର ଗୁଲାଟି କମେଡି କ୍ଲିନିକ୍’ ଜରିଆରେ ଦର୍ଶକଙ୍କୁ ବହୁତ ହସାଇଥିଲେ ।

କିନ୍ତୁ ସେପଟେ ସେହିି ଦିନ ରାତିରେ ‘ଦ କପିଲ ଶର୍ମା ସୋ’ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇ ପାରିନଥିଲା । ଦିଲ୍ଲୀରେ ହୋଇଥିବା ସୁନୀଲ ଗ୍ରୋଭରଙ୍କ ଲାଇଭ ସୋ’ରେ ବହୁତ ସଂଖ୍ୟାରେ ଦର୍ଶକଙ୍କ ଭିଡ ହୋଇଥିଲା । ନ୍ୟୁଜ ଏଜେନ୍ସି ଆଇଏନଏସର ଖବର ଅନୁସାରେ ଲୋକେମାନେ ସୁନୀଲଙ୍କ ଏହି ସୋ’କୁ ବହୁୁଳ ମାତ୍ରାରେ ସ୍ୱାଗତ କରିଛନ୍ତିି ।

ସୁନୀଲ ରେଡିଓ ସିଟିର ସହୋଯୋଗରେ ଲାଲକଟୋରା ଷ୍ଟାଡିୟମରେ ନିଜର କମେଡି ସୋ କରିଥିଲେ । କପିଲଙ୍କ ସୋ’ ପରି ଏହି ଲାଇଭ ସୋ’ରେ ମଧ୍ୟ ସୁନୀଲ ଗ୍ରୋଭର ବିଭିନ୍ନ ଅନ୍ଦାଜରେ ନଜର ଆସିଥିଲେ ।ସୁନୀଲଙ୍କ ଏହି ଅବତାରକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରିଥିିଲେ । ସୁନୀଲଙ୍କୁ ସହଯୋଗ କରିବା ପାଇଁ କମେଡି କଳାକାର କିକୁ ସାରଦା ଓ ଅନ୍ୟ ଲୋକପ୍ରିୟ କଳାକାର ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।