ସୂର୍ଯ୍ୟମୁଖୀ ଫୁଲ ମଞ୍ଜିରେ ରହିଛି ଅନେକ ଲାଭକାରୀ ଗୁଣ . . . .

82

ସୂର୍ଯ୍ୟମୁଖୀ ଫୁଲ ଦେଖିବା ପାଇ ବହୁତ ସୁନ୍ଦର । ଏହି ଫୁଲ କେବଳ ଦେଖିବା ପାଇଁ ସୁନ୍ଦର ନୁହେଁ ଏଥିରେ ରହିଛି ଅନେକ ଲାଭକାରୀ ଗୁଣ । ସୂର୍ଯ୍ୟମୁଖୀ ଫୁଲର ଆକାର ସୂର୍ଯ୍ୟଙ୍କ ଭଳି ହୋଇଥିବା ହେତୁ ଏହାର ନାମ ସୂର୍ଯ୍ୟମୁଖୀ । ବିବାହ କିମ୍ବା ଅନ୍ୟ ଉତ୍ସବରେ ଏହି ଫୁଲକୁ ସାଜସଜ୍ଜା ପାଇଁ ବ୍ୟବହୃତ କରାଯାଏ । ମାତ୍ର ସୂର୍ଯ୍ୟମୁଖୀ ମଂଜି ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବା କଥା ଖୁବ୍ କମ ଲୋକଙ୍କୁ ଜଣା । ଏହି ମଂଜି ଶରୀର ପାଇଁ ବହୁ ଉପକାରୀ ଅଟେ । ଏହାକୁ ଫାଷ୍ଟଫୁଡରେ ମଧ୍ୟ ବ୍ୟବହାର କରାଯାଇଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀର ମଂଜିରୁ ମିଳୁଥିବା ସ୍ୱାସ୍ଥ୍ୟ ଲାଭ ସମ୍ପର୍କରେ କିଛି ବିଶେଷ ତଥ୍ୟ । ସୂର୍ଯ୍ୟମୁଖୀ ମଞ୍ଜିର ତେଲ ମଧୁମେହ ଏବଂ ହୃଦରୋଗୀମାନଙ୍କ ପାଇଁ ବହୁତ ଲାଭାକରୀ । ଏହି ତେଲରେ ଭିଟାମିନ ଏ, ଡି ଏବଂ ଇ ରହିଥାଏ ।

ହୃଦୟକୁ ସୁସ୍ଥ ରଖେ : ସୂର୍ଯ୍ୟମୁଖୀ ମଂଜିରେ ଭିଟାମିନ ସି ରହିଛି ଯାହା ହୃଦୟ ଜନିତ ରୋଗ ସମସ୍ୟାରୁ ରକ୍ଷା କରିବା କାର୍ଯ୍ୟ କରିଥାଏ । ଭିଟାମିନ-ଇ କୋଲେଷ୍ଟୋରଲକୁ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ହୃଦଘାତର ସମସ୍ୟା କମ ରହିଥାଏ ।

ପେଟ ପାଇଁ ଉପକାରୀ : ସୂର୍ଯ୍ୟମୁଖୀ ମଂଜିରେ ଫାଇବର ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଶମ ମିଳିଥାଏ ।

କ୍ୟାନସର ସମସ୍ୟାକୁ ରୋକିଥାଏ : ଏହି ମଂଜି କ୍ୟାନସରକୁ ରୋକିବାର ଗୁଣ ଥାଏ । ଏଥିରେ ମହଜୁଦ ଥିବା ଆଂଟିଅକ୍ସିଡାଂଟ ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।

ହାଡ ରଖେ ମଜଭୁତ : ସୂର୍ଯ୍ୟମୁଖୀ ମଂଜିରେ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ଥାଏ । ଏହାକୁ ଖାଇବା ଦ୍ୱାରା ହାଡ ମଜଭୁତ ରହିବା ସହ ଶରୀର ଗତିଶୀଳ ହୋଇଥାଏ । ଗଣ୍ଠି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।