କନକ ବ୍ୟୁରୋ : ଯାଜପୁର ପରେ ସୁନ୍ଦରଗଡରେ ଖୋଲିବ ବହି ଦୋକାନ । ସକାଳ ୭ରୁ ଦିନ ୧୧ଟା ଯାଏଁ ବହି ଦୋକାନ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଉଛି l ଏହାର ଖିଲାପ କଲେ ଦୋକାନ ସିଲ୍ ହେବ ଏବଂ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମାରେ ସ୍ପଷ୍ଟ ଉଲ୍ଳେଖ କରାଯାଇଛି l
ରାଉରକେଲା ସହରର ଉଦିତ ନଗର, ଏସଟିଆଇ, ପାନପୋଷ, କୋଏଲ ନଗର, ଇସ୍ପାତ ମାର୍କେଟ, ସେକ୍ଟର ୧୮, ମଧୁସୂଦନ ମାର୍କେଟ, ଫର୍ଟିଲାଇଜର, ବେଦବ୍ୟାସରେ ୩୦ରୁ ଅଧିକ ବହି ଦୋକାନ ରହିଛି l ସହରରେ ଉଭୟ ଆଇସିଏସଇ ଓ ସିବିଏସଇ ପରିଚାଳନାଧୀନ ଛୋଟ ବଡ଼ ୧୨୦ରୁ ଅଧିକ ଇଂରାଜି ମାଧ୍ୟମ ସ୍କୁଲ ରହିଛି l ୨୫ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି l ଲକଡାଉନ ପରେ ବହି ଦୋକାନଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ପାଠ୍ୟପୁସ୍ତକ ମିଳୁନଥିଲା l ବହି ନ ଥବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରେ ପାଠ ପଢାଇ ପାରୁ ନ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/BOOK.jpg)