କନକ ବ୍ୟୁରୋ : ବଣାଇ ଗୁରୁଣ୍ଡିଆ ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ଦୁଇ ଜଣ ଅଟକ । ଏଟିଏମରୁ ଲୁଟ୍ ହୋଇଥିବା ଟଙ୍କାରୁ ୧୬ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍ । ଏଟିଏମରେ ଟଙ୍କା ଭର୍ତି କରୁଥିବା କମ୍ପାନୀର ଜଣେ କର୍ମଚାରୀକୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୁଲିସ୍ ।
ଟଙ୍କା ଜମା କରୁଥିବା ସିଏମଏସ୍ କମ୍ପାନୀର ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ପୁଲିସ୍ । ଗତକାଲି ଏଟିଏମରୁ ୨୫ଲକ୍ଷ ୮୧ହଜାର ଟଙ୍କାର ଲୁଟ୍ ହୋଇଥିଲା । ଅବଶିଷ୍ଟ ଟଙ୍କା କୁଆଡେ ଗଲା ସେ ନେଇ ଅଧିକ ଖୋଳତାଡ କରୁଛି ପୁଲିସ୍ । ସେହିଭଳି ଏହି ଲୁଟ୍ ପଛରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ଛାନଭିନ୍ କରୁଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/IMG-20170328-WA0006.jpg)