ଔଷଧୀୟ ଗୁଳ୍ମରୁ କରୋନା ଭଲ କରିବା ପାଇଁ ପ୍ରସ୍ତୁତ ହେବ ଔଷଧ : ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କଲା ସନ୍ ଫାର୍ମାସିଟିକାଲ,ଦେଶର ୧୨ଟି କେନ୍ଦ୍ରରେ ୨୧୦ କରୋନା ରୋଗୀଙ୍କ ଉପରେ ୧୦ ଦିନ ଧରି ଚାଲିବ ପରୀକ୍ଷଣ

679

କନକ ବ୍ୟୁରୋ : କରୋନା ଭଲ କରିବ କି ଔଷଧିୟ ଗୁଳ୍ମ? ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଔଷଧିୟ ଗୁଣ ଥିବା ଉଦ୍ଭିଦରୁ କରୋନା ଔଷଧ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ଏକ ପ୍ରମୁଖ ଔଷଧ ନିର୍ମାତା ସନ୍ ଫାର୍ମାସିଉଟିକାଲ୍ସକୁ ଏଥିପାଇଁ ଅନୁମତି ମିଳିଛି । କରୋନା ଆକ୍ରାନ୍ତଙ୍କ ଶରୀରରେ ଆଂଟିବଡି ବା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏହିସବୁ ଔଷଧିୟ ବୃକ୍ଷରୁ ପ୍ରସ୍ତୁତ ଔଷଧ ପ୍ରୟୋଗ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି ସନ ଫାର୍ମାସିଉଟିକାଲ୍ସ ।

ମିଳିଥିବା ସୂଚନା ଆନୁସାରେ ସାରା ଦେଶରେ ୧୨ଟି କେନ୍ଦ୍ରରେ ପ୍ରାୟ ୨୧୦ଜଣ କରୋନା ଆକ୍ରାନ୍ତଙ୍କ ଦହେରେ ଏହି ପରୀକ୍ଷଣ ଆଗାମୀ ୧୦ ଦିନ ଧରି କରାଯିବ । ଷ୍ଟେଜ-ଟୁ ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପଇଁ ଏହି ଔଷଧ ହାନିକାରକ ନୁହେଁ ବୋଲି ସବୁଜ ସଂକେତ ମିଳିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁକିଛି ଠିକଠାକ ହେଲେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଔଷଧିୟ ଗୁଳ୍ମରୁ କରୋନା ଭଲ କରିବା ପାଇଁ ଔଷଧ ପ୍ରସ୍ତୁତ ହୋଇପାରିବ ବୋଲି ସନ ଫାର୍ମାସିଉଟିକାଲ୍ସ ପକ୍ଷରୁ କୁହାଯାଇଛି ।