ଖରାଦିନରେ କିପରି କରିବେ ମେକଅପ୍ ? ଆପଣାନ୍ତୁ ଏହି ସବୁ ଉପାୟ

46

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ବିଭିନ୍ନ ସମସ୍ୟାମାନ ଦେଖାଦେଇଥାଏ । ତେବେ କେଉଁ ପ୍ରକାର ମେକଅପ୍ ନେବା ଦ୍ୱାରା ତାହା ଆପଣଙ୍କ ତ୍ୱଚାକୁ ଆକର୍ଷଣୀୟ କରିବା ସହ ନଷ୍ଟ କରି ନଥାଏ ତାହା ଚୟନ କରିବା ମଧ୍ୟ କଷ୍ଟକର ହୋଇପଡିଥାଏ । ତେଣୁ ଏଭଳି କିଛି ସହଜ ଉପାୟ ରହିଛି ଯଦି ତାକୁ ଆପଣ ପ୍ରୟୋଗ କରିନ୍ତି ତେବେ ଏସମସ୍ତ ସମସ୍ୟାର ଅନ୍ତ ଘଟିବ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ . . .

• ଖରାଦିନେ ମେକଅପ୍ ତରଳି ଯିବା ହେଲା ସବୁଠାରୁ ବଡ ସମସ୍ୟା । ତେଣୁ ଏହି ଏସମୟରେ ହାଲକା ମେକଅପ୍ ନେବା ଆପଣଙ୍କ ପାଇଁ ଉପଯୁକ୍ତ ।

• ଅଧିକ ଗାଢ ମେକଅପ୍ ନିଅନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ତ୍ୱଚା ନଷ୍ଟ ହେବା ସହ ଅସୁନ୍ଦର ଦେଖାଯାଇଥାଏ ।

• ମେକଅପ୍ ପୂର୍ବରୁ ମୁହଁରେ ବରଫ ଘଷନ୍ତୁ । ଏହାଦ୍ୱାରା ମେକଅପ୍ ଅଧିକ ସମୟ ଯାଏଁ ରହିଥାଏ ।

• ଖରାଦିନେ ଲିକୁଇଡ ଏବଂ କ୍ରିମ୍ ଫାଉଣ୍ଡେସନ ପରିବର୍ତ୍ତେ ପାଉଡର ବେସଡ ଫାଉଣ୍ଡେସନ ବ୍ୟବହାର କରନ୍ତୁ ।

• ପ୍ରାକୃତିକ ତଥା ନାଚୁରାଲ୍ ଲୁକ୍ ପାଇଁ ଲାଇଟ୍ ବ୍ରଞ୍ଜର୍ସ କିମ୍ବା ବ୍ରାଉନ୍ ଲାଇଟ୍ ପିଙ୍କ୍ ବ୍ଲଶ ବ୍ୟବହାର କରନ୍ତୁ ।

• ଆପଣଙ୍କ ତ୍ୱଚା ତେଲିଆ ହୋଇଥିଲେ କଂପାକ୍ଟ ଲଗାଇ ପ୍ରୟୋଗ କରିପାରନ୍ତି ।

• ଖରାଦିନେ ପାଉଡର ବ୍ଲଶଠାରୁ ଦୂରରେ ରୁହନ୍ତୁ ।

• ଏସପିଏଫ ଯୁକ୍ତ ଲିପବାମ୍ ବ୍ୟବହାର କରନ୍ତୁ । ଏଥିସହ ନାଚୁରାଲ୍ କଲର ଲିପଷ୍ଟିକ ମଧ୍ୟ ବ୍ୟବହାର କରିପାରିବେ ।