ଖାଆନ୍ତୁ ନାହିଁ ଅଧିକ ଚିନି ! ଜାଣନ୍ତୁ କାହିଁକି ?

101

ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି ନାହିଁ । କାରଣ ଚିନିକୁ ଅନେକ ଶରୀର ପାଇଁ କ୍ଷତିକାରକ ବୋଲି ମନେ କରନ୍ତି । ତଥାପି ଦୈନନ୍ଦିନ ଜୀବନରେ ଆମେ ଶର୍କରାଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ। ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି । ଚିନି ଆମକୁ ମିଠା ଲାଗେ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରାଇଥାଏ । ହେଲେ ଏହା ଶରୀର ପାଇଁ ଯେ ଘାତକ ତାହା ଆମେ ଜାଣି ନଥାଉ ବା ଜାଣି ବି ସେଥିରୁ ନିବୃତ୍ତ ହୋଇ ନଥାଉ । ଏବେ ଆସନ୍ତୁ ଜାଣିବା ଚିନି ଆମର କି କ୍ଷତି କରିଥାଏ ।

sugarପ୍ରଥମତଃ ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଉପରେ କୁପ୍ରଭାବ ପକାଇଥାଏ । ଯଦି ସୀମିତ ମାତ୍ରା ଚିନି ନ ଖାଆନ୍ତି, ତେବେ ତାହା ଜହର ସଦୃଶ । ମାତ୍ରାଧିକ ଚିନି ଖାଇଲେ, ଶରୀରେ ଗ୍ଲୁକୋଜ୍ -୬ ଫସଫେଟର ମାତ୍ରା ବଢିଥାଏ । ଫଳତଃ ହୃଦଘାତ ଭଳି ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ସବୁଠୁ ବଡ଼ କଥା ହେଲା ଏହା ଯୋଗୁଁ ମଧୁମେହ ରୋଗର ଶିକାର ହୋଇଥାଉ । ଏକ ଗବେଷଣାରୁ ଜଣାଯାଇଛିଯେ ଶରୀରର କୋଷ ଓ ମସ୍ତିଷ୍କ ଚିନି କୁପ୍ରଭାବ ପକାଇଥାଏ । ଚିନି ଖାଇଲେ ମଳରେ ବାଇଲ୍ ଏସିଡର ମାତ୍ରା ମଧ୍ୟ ବଢ଼ିଯାଏ । ଏହା ଦ୍ୱାରା ଏଭଳି ପଦାର୍ଥ ସୃଷ୍ଟି ହୁଏ, ଯାହା କର୍କଟ ରୋଗର ବାହକ ହୋଇପାରେ ବୋଲି ଗବେଷଣାରୁ ଜଣାଯାଇଛି ।

ଗର୍ଭାବସ୍ଥାରେ ଅତ୍ୟଧିକ ପରିମାଣରେ ଚିନି ଖାଇଲେ ଗର୍ଭସ୍ଥ ଶିଶୁର ମାଂସପେଶୀ ଦୁର୍ବଳ ହୋଇଯାଏ । କ୍ରମାଗତ ଭାବେ ଚିନି ଖାଇଲେ ବ୍ଲଡ୍ ପ୍ରୋଟିନ୍ ମଧ୍ୟ ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ଶରୀରରେ ଫ୍ୟାଟ୍ ଓ କୋଲେଷ୍ଟ୍ରାଲ୍ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ପର ହୁଏ ନାହିଁ  ।

ଯେଉଁମାନେ ମାତ୍ରାଧିକ ମିଠା ଖାଆନ୍ତି ସେମାନେ ଦନ୍ତକ୍ଷୟର ଶିକାର ହୋଇଥାନ୍ତି । ତା’ଛଡ଼ା ପାଟିରେ ସହଜରେ ବ୍ୟାକ୍ଟେରିଆମାନେ ଘର କରିପାରନ୍ତି । ଖାଲି ସେତିକି ନୁହେଁ ଏହା ଯକୃତକୁ ଦୁର୍ବଳ କରିଥାଏ । ମନେ ରଖନ୍ତୁ ଚିନିରେ ବିଶେଷ ପୁଷ୍ଟିସାର ନ ଥାଏ ।