ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂରତି, ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

89

କନକ ବ୍ୟୁରୋ : ଆଜି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।

ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧା ମୂରତି। ଆଜି ତାଙ୍କର ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ । ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟ ପୂର୍ବରୁ ସକାଳ ୯.୧୫ରୁ ଆରମ୍ଭ ହୋଇଯାଇଛି ପହଣ୍ଡି ।