ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆମେରିକାରେ ସମ୍ମାନ : ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ମିଳିଲା ପିପୁଲସ ଚଏସ ଆୱାର୍ଡ

124

କନକ ବ୍ୟୁରୋ : ପୁଣି ଓଡ଼ିଶା ପାଇଁ ଗୌରବ ଆଣିଦେଲେ ସୁଦର୍ଶନ ପଟ୍ଟନାୟକ । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ । ଆମେରିକାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କ ମନ ମୋହିପାରିଛନ୍ତି । ଏହି ଚାମ୍ପିଅନସିପରେ ମୋଟ୍ ୧୫ ଟି ଦେଶ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ସୁଦର୍ଶନ ହାତେଇନେଇଥିଲେ ଟାଇଟଲ୍ ।

ଚାମ୍ପିଅନସିପରେ ବେଲଜିୟମ୍କୁ ସ୍କଲପଟର ଚଏସ ଏବଂ କାନାଡାକୁ ଜୁରି ଚଏସ୍ ସମ୍ମାନ ମିଳିଛି । ଏହି ଚାମ୍ପିଅନସିପରେ ସୁଦର୍ଶନ ପ୍ଲାଷ୍ଟିକ୍ ପ୍ରଦୂଷଣ ଉପରେ ବାଲୁକା କଳା ନିର୍ମାଣ କରି ସେଭ୍ ଓସନର ବାର୍ତ୍ତା ଦେଇଥିଲୋ ଯାହା ପିପୁଲସ ଚଏସ ଆୱାର୍ଡ ହାସଲ କରିଥିଲା । ତେବେ ସେହି ବାଲୁକା କଳା ତିଆରି କରିବା ପାଇଁ ସୁଦର୍ଶନଙ୍କୁ ୩ ଦିନ ସମୟ ଲାଗିଥିଲା ।