ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଉପହାର : ବାଲୁକାକଳା ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

308

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ଅଣସ୍ତରୀତମ ଜନ୍ମ ଦିନ ପାଳୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶବିଦେଶରୁ ମୋଦିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁୁଟୁଛି । ମୋଦିଙ୍କୁ ଜନ୍ମଦିନ ଅବସରରେ ସୁନ୍ଦର ଉପହାର ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ।  ପୁରୀ ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କ ଜନ୍ମଦିନ ଅବସରରେ ଏକ ସୁନ୍ଦର କଳାକୃତ୍ତି ତିଆରି କରିଛନ୍ତି ସୁଦର୍ଶନ । ବାଲୁକାକଳାରେ ସ୍ୱଚ୍ଛ ଭାରତର ବାର୍ତ୍ତା ସହ ମୋଦିଙ୍କ ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଆଶିର୍ବାଦ ଜଣାଇଛନ୍ତି ବାଲୁକା ଶିଳ୍ପୀ ।  

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢ଼ଙ୍ଗରେ ପାଳନ କରୁଛନ୍ତି ବିଜେପି କର୍ମୀ । କେଉଁଠି ୬୯ ଫୁଟର କେକ୍ କଟାଯାଉଛି ତ ପୁଣି କେଉଁଠି ଲଡ଼ୁ କେକ୍ କଟାଯାଉଛି । ବାରଣାସୀରେ ଦୀପ ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସମର୍ଥକ । ପ୍ରଧାନମନ୍ତ୍ରୀଙ୍କ ଶୁଭ କାମନା ସହ ବାରଣାସୀରେ ଅଖଣ୍ଡ ରାମାୟଣ ପାଠର ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ହନୁମାନ ମନ୍ଦିରରେ ମୋଦିଙ୍କ ସମର୍ଥକ ଦେଢ କିଲୋଗ୍ରାମ ଓଜନର ଏକ ସୁନାର ମୁକୁଟ ହନୁମାନଙ୍କୁ ଭେଟି ଦେଇଛନ୍ତି । ଦେଶ ବିଦେଶରୁ ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ଆସୁଛି ।