ଟେଲର ବାପାଙ୍କ ଠାରୁ ମିଳିଥିଲା ପ୍ରେରଣା ! ମାତ୍ର ୫ ବର୍ଷରେ ଛିଡ଼ା କରାଇଲେ ୧୨୫୦ କୋଟିର ପୋଷାକ କାରବାର

37

ଭି–ମାର୍ଟ ରିଟେଲ୍ ଲିମିଟେଡ଼ର ସିଏମଡ଼ି ଲଳିତ ଅଗ୍ରୱାଲ ମାତ୍ର ୫ ବର୍ଷରେ ୧୨୫୦କୋଟି ଟଙ୍କାର କାରବାର କରି ସଫଳ ହୋଇପାରିଛନ୍ତି । ସାରା ଦେଶରେ ଭି-ମାର୍ଟର ୧୮୨ଟି ଷ୍ଟୋର ଖୋଲିଛି । ଯେଉଁଠି ୭୦୦୦ ରୁ ଅଧିକ ଲୋକ କାମ କରୁଛନ୍ତି । ତେବେ ଅଳ୍ପ ସମୟ ଭିତରେ ସେ କିପରି ଏତେ ସଫଳ ହୋଇପାରିଛନ୍ତି ତାହା ବଖାଣିଛନ୍ତି ଲଳିତ୍ ।

ଲଳିତଙ୍କ ସଫଳତା ପଛରେ ତାଙ୍କ ବାପାଙ୍କର ବଡ଼ ହାତ ରହିଛି ବୋଲି ସେ କହିଛନ୍ତି । ଲଳିତଙ୍କ ଅୁସାରେ ୧୯୭୫ରେ ତାଙ୍କ ବାପା ଟେଲର ଦୋକାନ ଚଳାଉଥିଲେ । ପିଲାବେଳୁ ପୋଷାକପତ୍ରକୁ ବେଶ ଭଲ ଭାବରେ ସେ ପରଖିପାରୁଥିଲେ । କେଉଁ ପୋଷାକକୁ କ’ଣ କୁହାଯାଏ, କେଉଁ ପୋଷାକରେ କେଉଁ ଡିଜାଇନ୍ ଭଲ ମାନିବ ସେ ଥରେ ମାତ୍ର ପୋଷାକ ଦେଖି କହିଦିଅନ୍ତି । ସେ କହିଛନ୍ତି, ମୋ ରକ୍ତରେ ହିଁ ଅଛି ପୋଷାକ ପରିଖିବାର ଦକ୍ଷତା । ସେ ପ୍ରଥବେ ୨୦୦୩ରେ ଅହମଦାବାଦରେ ପ୍ରଥମ ଭି-ମାର୍ଟ ଷ୍ଟୋର ଖୋଲିଥିଲେ । ଆଉ ସେବେଠାରୁ ତାଙ୍କ ଯାତ୍ରା ଜାରି ରହିଛି । ୧୫ ବର୍ଷରେ ପ୍ରାୟ ୧୮୨ ଷ୍ଟୋର ଖୋଲି ସାରିଛନ୍ତି । ଚଳିତ ବର୍ଷ ବିଭିନ୍ନ ସହରରେ ଆଉ ୩୦-୩୫ଟି ଷ୍ଟୋର ଖୋଲିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି ।

ନିଜେ ସଫଳ ହେବାସହ ସେ ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ କାମ ଦେଇସାରିଛନ୍ତି । ଚଳିତ ବର୍ଷ ଆଉ୧୪୦୦ ଲୋକଙ୍କୁ ରୋଜଗାର ମିଳିପାରିବ । ସେ କହିଛନ୍ତି ଆମେ ନିଜେ ପୋଷାକ ତିଆରି କରି ବିକ୍ରି କରୁନାହୁଁ । ପ୍ରାୟ ୭୦୦ ସପ୍ଲାୟର ଆମ ଷ୍ଟୋର ପାଇଁ ପୋଷାକ ତିଆରି କରୁଛନ୍ତି । ବିଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଆମେ ୧୨୫୦ କୋଟି ଟଙ୍କା କାରବାର କରିପାରଛୁି । ଚଳିତ ବର୍ଷ ୨୫ ପ୍ରତିଶତ ଅଧିକ କାରବାର ହେବ ବୋଲି ସେ କହିଛନ୍ତି । ୨୦୨୨ ପର୍ଯ୍ୟନ୍ତ ବ୍ୟବସାୟ ୧୦୦ କୋଟି ଡଲାର ଲକ୍ଷ୍ୟ ରଖିଛନ୍ତି ।