କନକ ବ୍ୟୁରୋ : ପାଖେଇ ଆସୁଛି ଘୋଷଯାତ୍ରା । ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥ ନିର୍ମାଣ କାମ । ତେବେ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ତ୍ରୁଟି ଥିବା ଅନୁଧ୍ୟାନ ବେଳେ ଜଣାପଡିବା ପରେ ଏଥିରେ ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରଥର ପହି ଦୁର୍ବଳ ଥିବାରୁ ପରିବର୍ତ୍ତନ କରାଯାଉଛି । ଯାଂଚବେଳେ ୫ ଜଣିଆ ଅନୁଧ୍ୟାନ କମିଟି ଏହି ତ୍ରୁଟି ଧରିଥିଲା । ଆସନ୍ତା ସୋମବାରଦିନ ମହାପ୍ରଭୁଙ୍କ ଉଭଁରୀଯାତ ।
ଏହି ଦିନ ପରମ୍ପରା ମୁତାବକ ୩ ରଥର ଦୁଇ ଦୁଇଟି ଚକ ଅଖ ଡେରାଯିବ । ଏହାପୂର୍ବରୁ ୫ ଜଣିଆ ଅନୁଧ୍ୟାନ କମିଟି ଯେଉଁ ଚକ ନିର୍ମାଣ କରାଯାଇଥିଲା ତାହର ଯାଂଚ କରିଥିଲେ । ଅନୁଧ୍ୟାନ ସମୟରେ ଦେବଦଳନ ରଥର ପହି ଫଟାଥିବା ଦେଖିବାକୁ ପାଇଥିଲା । ଏହାର ପରବର୍ତନ ପାଇଁ ରଥର ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅନୁଧ୍ୟାନ କମିଟି । ଗତବର୍ଷ ଦେବୀଦଳନ ରଥର ଅଖ ଭାଙ୍ଗିଯାଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁଦୃଷ୍ଟିରେ ରଖି ଅନୁଧ୍ୟାନ କମିଟି ଏହି ଯାଂଚ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/00.jpg)
/kanak/media/post_attachments/wp-content/uploads/2018/05/99-2.jpg)