ଗଣମାଧ୍ୟମକୁ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଅପିଲ୍ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ନାଁ ଗୋପନ ରଖିବାକୁ ପରାମର୍ଶ, ଦାୟିତ୍ୱସମ୍ପନ୍ନ ନହୋଇ ଖବର ପରିବେଷଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

647

କନକ ବ୍ୟୁରୋ : କରୋନା ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଅପିଲ୍ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରେକିଂ ନ୍ୟୁଜର ବେଳ ନୁହେଁ । ବ୍ରେକିଂ ନ୍ୟୁଜ ପଛରେ ନଗୋଡ଼ାଇ ସଚେତନ ହେବାର ବେଳ ଆସିଛି । ବର୍ତ୍ତମାନ ସମୟରେ ସଜାଗ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି ।

ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥା ଅଚଳ କରିବା ଠିକ୍ ନୁହେଁ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସକଙ୍କୁ ମାନଙ୍କୁ ଅସ୍ତବ୍ୟସ୍ତ କରନ୍ତୁ ନାହିଁ ଚିକିତ୍ସା ସମୟରେ ତାଙ୍କୁ ଭିଡ଼ିଓ କିମ୍ବା ବାଇଟ୍ ମାଗିଲେ, ନିଜେ ଚିକିତ୍ସିତ ହେଉଥିବା ଲୋକେ ବିପଦରେ ପଡ଼ିବେ  ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ ତେଣୁ ଏପରିସ୍ଥିତିରେ ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ଠେଲି ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର

କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ଏବେ ହସ୍ପିଟାଲ କର୍ମଚାରୀ ମାନେ ମନପ୍ରାଣ ଦେଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କ କାମରେ ବାଧା ସୃଷ୍ଟି କରିବା ଠିକ୍ ନୁହେଁ । ଦେଖିବାକୁ ମିଳୁଛି ଗଣାମଧ୍ୟମର ପ୍ରତିନିଧିମାନେ ବାଇଟ୍ ନେବା ପାଇଁ ଆକ୍ରାନ୍ତଙ୍କ ପରିବାର ପାଖରେ ପହଞ୍ଚି ଯାଉଛନ୍ତି । କରୋନା ଭାଇରସ୍ ଗଣାମଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର କୋଟା ପ୍ରଦାନ କରୁନି । ଏପରି କରିବା ଦ୍ୱାରା ନିଜେ ବିପଦ ଆଡ଼କୁ ଟାଣି ହୋଇଯିବା ସହ ନିଜ ପରିବାର ଲୋକ ମଧ୍ୟ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି । ନିଜ କଥା ଭବନ୍ତୁ । ପରିବାର କଥା ଚିନ୍ତା କରନ୍ତୁ । ଚିକିତ୍ସା ବ୍ୟବସ୍ଥାକୁ ସମ୍ମାନ ଜଣାଇ  ଦାୟିତ୍ୱ ସମ୍ପନ୍ନ ହୋଇ ଖବର ପରିବେଷଣ କରିବାକୁ ପଡ଼ିବ ।

ଅନ୍ୟପଟେ ଦେଖିବାକୁ ମିଳିଛି କିଛି ଡିଜିଟାଲ୍ ମିଡ଼ିଆ ମନଇଚ୍ଛା ଖବର ପ୍ରସାରଣ କରୁଛନ୍ତି । ତେବେ ଏପରି ସମୟରେ ଦାୟିତ୍ୱସମ୍ପର୍ଣ୍ଣ ହୋଇ ଆପାତକାଳୀନ ପରସ୍ଥିିତିର ମୁକାବିଲା କରିବା ଉଚିତ । ଏପରି ନକଲେ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

Comments are closed.