କନକ ବ୍ୟୁରୋ : ଗାଡି ଯାଂଚ ବେଳେ ଚାଲିଗଲା ସବ-ଇନସ୍ପେକ୍ଟରଙ୍କ ଜୀବନ । ଏଭଳି ଘଟଣା ଘଟିଛି ବାରିପଦାରେ । ଯାଂଚ ବେଳେ ମୋଟର ସାଇକେଲ ଧକ୍କାରେ ପ୍ରାଣ ହରାଇଛନ୍ତି ଟାଉନଥାନାର ସବଇନସ୍ପେକ୍ଟର ଦୟାନିଧି ଦାସ । ଖବର ଅନୁସାରେ, ବାରିପଦାରେ ଗାଡି ଚେକିଂ ବେଳେ ଦୁଇଚକିଆ ଯାନରେ ଦ୍ରୁତଗତିରେ ଦୁଇଜଣ ଯୁବକ ଆସୁଥିଲେ ।
ଚେକିଂରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସିଧା ଆସି ଦୟାନିଧିଙ୍କୁ ଧକ୍କା ଦେଇଥିଲେ । ଗାଡି ଧକ୍କାର ମୁଣ୍ଡ ଓ ଦେହରେ ଲାଗିଥିଲା ଗୁରୁତର ଆଘାତ । ସାଙ୍ଗେ ସାଙ୍ଗେ ଦୟାନିଧୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ମାତ୍ର କିଛି ସମୟ ପରେ ସେ ପ୍ରାଣ ହରାଇଥିଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଖବର ପାଇ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/TRAFFIC-1.jpg)