ହ୍ୱାଟ୍ସଆପ ମାଧ୍ୟମରେ ଆରମ୍ଭ ହେଲା ପାଠପଢା । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା ବ୍ୟବସ୍ଥା । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

1,386

କନକ ବ୍ୟୁରୋ : ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଦେଇଥିବା ଆଧାରକାର୍ଡ ଅନୁସାରେ ଯେଉଁମାନଙ୍କ ଆଣ୍ଡଏଡ ମୋବାଇଲ ଅଛି ସେମାନଙ୍କୁ ପ୍ରାଥମିକ ଭାବେ ଏହି ହ୍ୱାଟସଅପ ଗ୍ରୁପରେ ସାମିଲ କରାଯାଇଛି । ଏହି ଗ୍ରୁପ ମାଧ୍ୟମରେ ପାଠ ପଢାଯିବେ । ସମସ୍ତ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ୍ୟପୁସ୍ତକ ଏବେ ଘରେ ଘରେ ବାଂଟିବା କାମ ଆରମ୍ଭ କରାଯାଇଛି ।