ଡିଡି ଓଡିଆରେ ପ୍ରସାରିତ ହେବ ଅନଲାଇନ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ : ଭିଡିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅବଗତ କରାଇବାକୁ ନିର୍ଦ୍ଦେଶ, ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ସୋମବାରରୁ ଶୁକ୍ରବାର ଦିନକୁ ଦୁଇ ଥର ପ୍ରସାରଣ ହେବ କାର୍ଯ୍ୟକ୍ରମ

Advertisment
ଡିଡି ଓଡିଆରେ ପ୍ରସାରିତ ହେବ ଅନଲାଇନ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ : ଭିଡିଓ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅବଗତ କରାଇବାକୁ ନିର୍ଦ୍ଦେଶ, ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ସୋମବାରରୁ ଶୁକ୍ରବାର ଦିନକୁ ଦୁଇ ଥର ପ୍ରସାରଣ ହେବ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଡିଡି ଓଡିଆରେ ପ୍ରସାରିତ ହେବ ଅନଲାଇନ ଏଡୁସାଟ କ୍ଲାସର ରେକର୍ଡ ଭିଡିଓ । ଟିିଭି ମାଧ୍ୟମରେ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦୁଇ ଥର ଡିଡି ଓଡିଆରେ କାର୍ଯ୍ୟକ୍ରମ ପ୍ରସାରଣ ହେବ । ସୋମବାରରୁ ଶୁକ୍ରବାର ଦିନ ୧୧ଟାରୁ ୧୨ ଟା ଓ ଦିନ ୩ଟା୩୦ରୁ ୪ଟା ୩୦ରେ ପ୍ରସାରିତ ହେବ । ଗଣିତ , ଇଂରାଜୀ,ଭୂଗୋଳ, ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ପାଠ୍ୟକ୍ରମ ପ୍ରସାରଣ କରାଯିବ । ଏହାଛଡା ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଳାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ର ମଧୁ ଓ ଦୀକ୍ଷା ଆପ ଜରିଆରେ ପାଠ ପଢିପାରିବେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଯୋଡି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଲକଡାଉନ୍ ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆକରି ଦଶମ ଶ୍ରେଣୀରେ ପାଦ ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଅଧିକ ଚିନ୍ତାରେ ଥିଲେ । ଫଳରେ ସରକାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି ଆଗ୍ରୁଆ ପଦେକ୍ଷପ ନେଇଛନ୍ତି । ପୂର୍ବରୁ ଅନଲାଇନରେ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଟିଭିରେ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ଏବେ ଯୋଜନା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe