ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର : ସ୍ୱାଭିମାନ ଅଞ୍ଚଳରେ ଘୋଡା ପିଠିରେ ବସି ସ୍କୁଲ ଯାଉଛନ୍ତି ପିଲା

256

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳର ନିଆରା ଚିତ୍ର । ଘୋଡ଼ା ପିଠିରେ ବସି ସ୍କୁଲ ଯାଉଛନ୍ତି ପିଲା । ଏଠି ରାସ୍ତାଘାଟ ନଥିବାରୁ ଘୋଡ଼ା କିମ୍ବା ଖଚ୍ଚର ପାଲଟିଛି ସାହାରା ।  ସ୍ୱାଭିମାନ ଅଂଚଳର ପ୍ରାୟ ଅଧିକାଂଶ ଗାଁ ଠାରୁ ବିଦ୍ୟାଳୟ ୧୨ରୁ ୧୪ କିଲୋମିଟର ଦୂର । ଏପରିକି ପ୍ରାୟ ୭୦ରୁ ୮୦ ଭାଗ ପିଲା ସ୍କୁଲ କଣ ଜାଣିନାହାଁନ୍ତି । ବହୁତ କମ୍ ପିଲା ଘୋଡ଼ା କିମ୍ବା ଖଚ୍ଚରରେ ବସି ସ୍କୁଲ ଯାଆନ୍ତି ।

ହନ୍ତାଳଗୁଡା ଗାଁ ଠାରୁ ଦାରଲାବେଡେ, ଜୋଡାମ୍ବା କିମ୍ବା ବିଡାର ପାଖନା ବିଦ୍ୟାଳୟ ୧୦ ରୁ ୧୪ କିଲୋମିଟର ଦୁର ଥିବାରୁ ପିଲା ମାନେ ବିଦ୍ୟାଳୟକୁ ଯାଉ ନାହାନ୍ତି । କାଁ ଭାଁ ପିଲା ଏମିତି ଘୋଡା ପିଠିରେ ଯାଉ ଥିବା ଦେଖିବାକୁ ପାଇ ଥିଲା କନକ ନ୍ୟୁଜ ଟିମ । ଆଉ ଏଠାରେ ଆଙ୍ଗନବାଡି କେନ୍ଦ୍ର ଚାଲେ କେବଳ କାଗଜ ପତ୍ରରେ । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ଲୋକମାନେ ଏବେ ବି ମୁଖ୍ୟସ୍ରୋତରେ ସାମିଲ ହୋଇନାହାନ୍ତି ।