ପ୍ରିୟ ଗୁରୁଙ୍କୁ ଛାଡ଼ିବାକୁ ନାରାଜ : ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ହଷ୍ଟେଲ ଛାଡ଼ିଲେ ୭୦ ଛାତ୍ରୀ

487

କନକ ବ୍ୟୁରୋ : ପ୍ରଧାନଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ହଷ୍ଟେଲ ଛାଡ଼ିଲେ ୭୦ ଜଣ ଛାତ୍ରୀ । ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରୀ ମାନେ ତାଙ୍କର ହାତ ଲେଖା ଚିଠି ଗାଁରେ ଥିବା ବିଦ୍ୟୁତ୍ ଖୁଂଟ, ଦୋକାନ ଗୃହ, ସ୍କୁଲ କାନ୍ଥରେ ମାରିଥିବାର ନବରଙ୍ଗପୁର ରାଇଘର ବ୍ଲକ ପରଚିପାରା ଗାଁରେ ଦେଖିବାକୁ ମିଳିଛି । ତେବେ ପିଲାମାନେ ହଷ୍ଟେଲ ଛାଡ଼ି କୁଆଡ଼େ ଗଲେ ତାହା ଜଣାପଡ଼ିନାହିଁ । ପିଲାମାନେ ମାରିଥିବା ହାତ ଲେଖା ଚିଠିରେ ଉଲ୍ଲେଖ ରହିଛି ଯେ, ହଷ୍ଟେଲ ଦାୟିତ୍ୱରେ ଥିବା ପୁରୁଣା ପ୍ରଧାନଶିକ୍ଷକଙ୍କ ବଦଳି କାର୍ହିଁକି କରାଗଲା ।

ଯେତେଦିନ ପର୍ଯ୍ୟନ୍ତ ସେ ସ୍କୁଲକୁ ନଫେରିଛନ୍ତି ଆମେ ସେତେଦିନ ପର୍ଯ୍ୟନ୍ତ ସ୍କୁଲକୁ ଫେରିବୁ ନାହୁଁ । ସେପଟେ ସ୍କୁଲ କମିଟି ସଭାପତି କହିଛନ୍ତି ପ୍ରଧାନଶିକ୍ଷକ ଠିକରେ ପାଠ ପଢାଉନଥିଲେ ଏହା ସହ ପିଲାଙ୍କୁ ମଧ୍ୟ ଠିକରେ ଖାଇବା ଦେଉନଥିଲେ ଏନେଇ ସେ ଉପରିସ୍ତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । ସ୍କୁଲ ପିଲାଙ୍କୁ ଶିଖାଇ ପ୍ରଧାନଶିକ୍ଷକ ଏଭଳି ଏକ ପ୍ରାୟୋଯିତ କାର୍ଯ୍ୟକ୍ରମ କରିଥିବା ସେ ଅଭିଯୋଗ କରିଛନ୍ତି ।