ଚଳିତ ବର୍ଷର ନୁହେଁ ଧର୍ମଗଡରେ ଭାଇରାଲ ମାଟ୍ରିକ ପ୍ରଶ୍ନପତ୍ର : ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ

1,192

କନକ ବ୍ୟୁରୋ : ଭାଇରାଲ୍ ହୋଇନି ମାଟ୍ରିକି ପ୍ରଶ୍ନପତ୍ର । ଚଳିତ ବର୍ଷର ନୁହେଁ ଧର୍ମଗଡରେ ଭାଇରାଲ ହେଉଥିବା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାର ଘଣ୍ଟେ ନପୁରୁଣୁ ଧର୍ମଗଡ଼ରେ ମୋବାଇଲକୁ ମୋବାଇଲ ମାତୃଭାଷା ପ୍ରଶ୍ନପତ୍ର ଘୁରି ବୁଲୁଥିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଏହା ଭିତରେ ଖବର ଆସିଛି କି ଲିକ୍ ହୋଇଥିବା ମାତୃଭାଷା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର ।

ସେପଟେ ଆଜି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ସାରା ରାଜ୍ୟରେ ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାକୁ ସ୍ୱଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ୟାକେଟ ଖୋଲାଯାଇ ୯ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ତେବେ ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ୍ ସମୟ ଦିଆଯିବ । ଅର୍ଥାତ ଗଣିତ ଦିନ ପରୀକ୍ଷା ୧୨ଟା ୪୫ରେ ସରିବ । ଚଳିତ ବର୍ଷ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିପାରିବେ ନାହିଁ । କଡା ସୁରକ୍ଷା ବଳୟ ମଧ୍ୟରେ ସକାଳୁ ସକାଳୁ ପ୍ରଶ୍ନପତ୍ର ନୋଡାଲ ସେଂଟରରୁ ଡେସପାଚ ଟିମ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ପହଁଚାଯାଇଥିଲା ।