ପାଠପଢ଼ା ପାଇଁ ସଂଘର୍ଷ : ଉତ୍ସାହିତ କରିବା ବଦଳରେ ପାଠ ଛଡ଼ାଇଦେଲେ ବାପା, ହାରିନଯାଇ କ୍ୟାବ ଚଳାଇ ପାଠପଢ଼ା ଖର୍ଚ୍ଚ ଉଠାଉଛନ୍ତି ଦ୍ୱାଦଶ ଶ୍ରେଶୀ ଛାତ୍ରୀ କୋମଲ୍

291

କନକ ବ୍ୟୁରୋ : ସାଧନା ଓ ନିଷ୍ଠା ଆଗରେ ସବୁକିଛି ସମ୍ଭବ । ଉଚ୍ଚଶିକ୍ଷା ପାଇଁ ବାଟ ଓଗାଳିପାରେନି ଦାରିଦ୍ର । କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏପରି କିଛି ପ୍ରମାଣିତ କରିଛନ୍ତି ରାଜଧାନୀ ଦିଲ୍ଲୀର ଝିଅ କୋମଲ୍ ।

ଦିିଲ୍ଲୀ ଝିଅ କମଲ୍ । ବୟସ ମାତ୍ର ୧୯ ବର୍ଷ । ଜଣେ ମେଧାବୀ ଛାତ୍ରୀ । ମନରେ ଅନେକ ସ୍ବପ୍ନ ଓ ପାଠ ପଢି ଚାକିରୀ କରିବେ । ପାଢ଼ପଢ଼ିବା ପାଇଁ ଇଚ୍ଛାଥିଲେ ସୁଦ୍ଧା ତାଙ୍କ ବାପା ଉତ୍ସାହିତ କରିବା ବଦଳରେ ଅଧାରୁ ପାଠ ଛଡ଼ାଇ ଦେଇଥିଲେ । ହେଲେ ପଢ଼ିବା ଇଚ୍ଛା ଆଗରେ ସବୁ ବାଧାବିଘ୍ନ ଫିକା ପଡ଼ିଯାଇଥିଲା । ଉଚ୍ଚ ଶିକ୍ଷା ପାଇଁ ରାଜଧାନୀ ରାଜରାସ୍ତାରେ ପ୍ରତିଦିନ କ୍ୟାବ ଦଉଡ଼ାଉଛନ୍ତି କୋମଲ୍ । ଏକ ବର୍ଷ ହେବ ସେ କ୍ୟାବ ଚଳାଇ ପାଠପଢ଼ା ଖର୍ଚ୍ଚ ଉଠାଉସେଛନ୍ତି ।

ଚଳିତ ବର୍ଷ ସେ ଦ୍ୱାଦଶ ପରୀକ୍ଷା ଦେବେ । କମଲଙ୍କ ଏହି ପ୍ରେମଣାଦାୟୀ କାହାଣୀ ସୋସିଆଲ ମିଡ଼ିଆରେ ବେଶ୍ ଆଦୃତ ହେଉଛି । ସିଙ୍ଗାପୁରର ଜଣେ ଉଦ୍ୟୋଗୀ ଓଲିଭିଆ ଡିକା ନିଜର ଦିଲ୍ଲୀ ଯାତ୍ରା ସମ୍ପର୍କରେ ବଖାଣି କମଲଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ବଖାଣିଛନ୍ତି । ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା କୋମଲଙ୍କ ଇଚ୍ଛାଶକ୍ତିକୁ ସଲାମ କରିଛନ୍ତି ।