ସମ୍ବାଦର କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ-୨୦୨୦ : ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ, କହିଲେ ଗଣମାଧ୍ୟମ ଜଗତରେ ‘ସମ୍ବାଦ’ ଏକ ବଡ଼ ବ୍ରାଣ୍ଡ ।

Advertisment
ସମ୍ବାଦର କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ-୨୦୨୦ : ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ, କହିଲେ ଗଣମାଧ୍ୟମ ଜଗତରେ ‘ସମ୍ବାଦ’ ଏକ ବଡ଼ ବ୍ରାଣ୍ଡ ।

କନକ ବ୍ୟୁରୋ : ସମ୍ବାଦର କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ଜଗତରେ ‘ସମ୍ବାଦ’ ଏକ ବଡ଼ ବ୍ରାଣ୍ଡ । ନବୀନ କହିଛନ୍ତି , ବ୍ରାଣ୍ଡ ପ୍ରମୋଟରମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ପରମ୍ପରା ସୃଷ୍ଟି କରି ସମ୍ୱାଦ ଗ୍ରୁପ ଏକ ଭଲ ଉଦ୍ୟମ ଆରମ୍ଭ କରିଛି । ଓଡିଶା ଏବେ ଏକ ବଡ ବ୍ରାଣ୍ଡ ପାଲଟିଛି । ସ୍ୱାସ୍ଥ୍ୟ, ପର୍ଯ୍ୟଟନ,ଶିଳ୍ପ ଓ ଅନ୍ୟାନ୍ୟ ବିକାଶମୂଳକ କ୍ଷେତ୍ରରେ ଓଡିଶା ଆଗେଇ ଥିବାରୁ ଏହା ଏକ ବ୍ରାଣ୍ଡରେ ପରିଣତ ହୋଇଛି । ଏବଂ ସେଥିପାଇଁ ପଞ୍ଜିନିବେଶକାରୀ ଓଡିଶା ପ୍ରତି ଆକର୍ଷିତ ହେଉଛନ୍ତି ।

ସମ୍ବାଦର କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ ପରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏକ ବଳିଷ୍ଠ ବ୍ରାଣ୍ଡର ପରିଚୟ ସୃଷ୍ଟି କରିବା ଯେ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ । ବ୍ରାଣ୍ଡ୍ ସମ୍ପର୍କରେ ଜନ ସଚେତନତା ଏବଂ ବିଶ୍ୱସ୍ତତା ବିନା ବ୍ୟବସାୟ ତିଷ୍ଠି ପାରିବ ନାହିଁ। ଗ୍ରାହକମାନଙ୍କୁ ଧରି ରଖିବା ଠାରୁ ବଳି ସନ୍ତୋଷଜନକ କଥା ନାହିଁ। ବ୍ରାଣ୍ଡ୍ ହିଁ ଏଥି ନିମନ୍ତେ କାମ କରେ । ଗୋଟାଏ ଦେଶର ବା ରାଜ୍ୟର ଭାବମୂର୍ତ୍ତି ନିମନ୍ତେ ବଳିଷ୍ଠ ବ୍ରାଣ୍ଡ୍‌ ମାନଙ୍କର ଅଶେଷ ଅବଦାନ ରହିଛି । ସେଗୁଡ଼ିକ ସାମଗ୍ରିକ ଅର୍ଥନୀତିର ମୂଲ୍ୟ ବଢ଼ାଇବା ସହ ନିଯୁକ୍ତି ସୃଷ୍ଟି କରନ୍ତି ଓ ସମୃଦ୍ଧି ଆଣନ୍ତି । ଶିଳ୍ପର କ୍ୟାପଟେନ୍ ଓ ବ୍ୟବସାୟର ଲିଡର୍ମାନେ ହେଉଛନ୍ତି ଆମର ବଡ଼ ସମ୍ପତ୍ତି ଏବଂ ବ୍ରାଣ୍ଡ୍ ଆମ୍ବାସାଡର୍।

ଆଜି ବ୍ରାଣ୍ଡ୍ ଓଡ଼ିଶା ମଧ୍ୟ କ୍ରୀଡ଼ା, ଶିଳ୍ପ, ପର୍ୟ୍ୟଟନ, ସ୍ୱାସ୍ଥ୍ୟ ଏବଂ ଆହୁରି ଅନେକ କ୍ଷେତ୍ରରେ ଉନ୍ନତିମୂଳକ ପରିବର୍ତ୍ତନ ଦେଖୁଛି । ଏହି କାରଣରୁ ଆମେ ସର୍ବାଧିକ ବିନିଯୋଗ କରାଇବାରେ ସମର୍ଥ ହୋଇଛୁ । ୫ଟି ଏବଂ ପ୍ରକଳ୍ପଗୁଡ଼ିକ ତ୍ୱରିତ କାର୍ଯ୍ୟକାରିତା ଯୋଗୁଁ ନିବେଶକମାନେ ଆମକୁ ସକ୍ରିୟ ସରକାର ବୋଲି ବିବେଚନା କରୁଛନ୍ତି । ମୋର ବିଶ୍ୱାସ ଏଠାରେ ସମବେତ ହୋଇଥିବା ଓଡ଼ିଶାର ପ୍ରମୁଖ ବ୍ରାଣ୍ଡ୍‌ ମାନେ ଓଡ଼ିଶାର ଭାବମୂର୍ତ୍ତିକୁ ଆହୁରି ବଳିଷ୍ଠ କରିବାରେ ଅବଦାନ ଦେବେ । ଏହା ହାସଲ କରିବା ନିମନ୍ତେ ସେମାନଙ୍କୁ ଆନ୍ତର୍ଜାତିକ ସ୍ତରର ନୀତି ନିୟମ ଆଧାରରେ ଚାଲିବାକୁ ପ୍ରସ୍ତୁତ ହେବାକୁ କହୁଛି ।

ଗଣମାଧ୍ୟମ କ୍ଷେତ୍ରରେ ଓଡ଼ିଶାରେ ସମ୍ବାଦ ଗ୍ରୁପ୍ ନିଜେ ଏକ ବଳିଷ୍ଠ ବ୍ରାଣ୍ଡ୍ ହୋଇଥିବାରୁ ଓଡ଼ିଶାର ବ୍ରାଣ୍ଡ୍ଗୁଡ଼ିକର ପ୍ରସାର ପାଇଁ ପ୍ରୟାସ କରୁଛି ବୋଲି ମନେହେଉଛି। ଓଡ଼ିଶାର ଉଦ୍ୟୋଗୀମାନଙ୍କ ମଧ୍ୟରେ ବ୍ରାଣ୍ଡ୍ ନିର୍ମାଣ ସଂସ୍କୃତିରେ ଏହି ପ୍ରୟାସର ଅତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅଦୃଶ୍ୟ ପ୍ରଭାବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe