ନିଖୋଜ୍ ଶୁଭେନ୍ଦୁଙ୍କୁ ଖୋଜୁନି ପୋଲିସ୍ : ତଦନ୍ତ ଅବହେଳା ଅଭିଯୋଗ କରି ପରିବାର ଲୋକ ଓ ଗ୍ରାମବାସୀଙ୍କ ରାସ୍ତାରୋକ

190

କନକ ବ୍ୟୁରୋ : ନିଖୋଜ୍ ପୁଅକୁ ଖୋଜୁନି ପୋଲିସ୍ । ଶୁଭେନ୍ଦୁ ମଲ୍ଲିକଙ୍କ ନିଖୋଜ ପରେ ତଦନ୍ତ ଅବହେଳା ଅଭିଯୋଗରେ ରାସ୍ତାରୋକ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଘେରାଉ କରିବା ସହ ବାଲିଗୁଡ଼ା-ଜି.ଉଦୟଗିରି ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା । ଫଳରେ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଶହ ଶହ ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ।

ଗତ ୧୭ ତାରିଖରୁ ବାହାରକୁ ଯାଇ ଫେରିନଥିଲେ ୨୨ ବର୍ଷୀୟ ବିବାହିତ ଯୁବକ ଶୁଭେନ୍ଦୁ ମଲ୍ଲିକ । ନିଖୋଜ ନେଇ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ହେଲେ ଦୀର୍ଘଦିନ ପରେ ବି ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାଲ ଲୋକ ।

ଅନ୍ୟପଟେ ଘଟଣାର ନେଇ ତଦନ୍ତ ଚାଲିଛି ଏବଂ ପାରିବାରିକ କଳହକୁ କେନ୍ଦ୍ରକରି ଶୁଭେନ୍ଦୁ କେଉଁଆଡ଼େ ନିଖୋଜି ହୋଇଯାଇଛନ୍ତି ବୋଲି ପୋଲିସ୍ କହିଛି । ରାସ୍ତାରୋକ ପାଇଁ ଗମନାଗମନ ଠପ୍ ହୋଇଯିବାରୁ ୨୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଆଜି ଗିରଫ ଲୋକଙ୍କୁ କୋର୍ଟ ଚାଲାଣ କରାଯିବ ।