ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଆସିବ କଡା ନିୟମ !

Advertisment
ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଆସିବ କଡା ନିୟମ !

image courtesy- open-advertising.co

କନକ ବ୍ୟୁରୋ : ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଆସିବ କଡା ନିୟମ । ସରକାର ନୂଆ ଉପଭୋକ୍ତା ସୁରକ୍ଷା ନିୟମ ଉପରେ କାର୍ଯ୍ୟ କରୁଛନ୍ତି । ସବୁ ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିବ । ବିଭ୍ର୍ରାନ୍ତିକର ବିଜ୍ଞାପନ ଜରିଆରେ ଖାଉଟି ମାନଙ୍କୁ ଠକିବାକୁ ଚେଷ୍ଟା କରୁଥିବା କମ୍ପାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହିତ ଗ୍ରାହକ ମାନଙ୍କର ଯେଉଁ ସବୁ ଅଭିଯୋଗ ରହିଛି ତାହାକୁ ସଠିକ୍ ସମୟ ଭିତରେ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।

ଦିଲ୍ଲୀରେ ଆୟୋଜିତ ଖାଉଟି ସୁରକ୍ଷା ସମ୍ମିଳନୀର ଉଦଘାଟନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଜିଏସଟିର ଲାଭ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଏହାଦ୍ୱାରା ଦରିଦ୍ର ଓ ମଧ୍ୟବର୍ଗର ନାଗରିକ ବିଶେଷ ଉପକୃତ ହେବେ ବୋଲି କହିଛନ୍ତି ମୋଦି । ଜିଏସଟି ଯୋଗୁ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଓ କ୍ରମେ ଦରଦାମ କମିବ ବୋଲି କହିଛନ୍ତି ମୋଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe