ଜଗତସିଂହପୁର : ବିରାଟ କଟକ ଗାଁ ନିକଟସ୍ଥ ହସୁଁଆ ନଦୀରେ ଭାସୁଛି ପଥର

ଜଗତସିଂହପୁର : ବିରାଟ କଟକ ଗାଁ ନିକଟସ୍ଥ ହସୁଁଆ ନଦୀରେ ଭାସୁଛି ପଥର

କନକ ବ୍ୟୁରୋ : ନଦୀରେ ଭାସୁଛି ଦୁଇଟି ପଥର । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ବିରାଟ କଟକ ଗାଁ ନିକଟସ୍ଥ ହସୁଁଆ ନଦୀରେ ପଥର ଭାସୁଥିବା ଦେଖିବାକୁ ପାଇଥିଲେ ଗାଁର ରଂଜନ ମହାନ୍ତି । ପଥର ଭାସୁଥିବାର ଦେଖି ସେ ଗାଁ ଲୋକଙ୍କୁ ଏକଥା କହିଥିଲେ ।  ଗୋଟିଏ ପଥରର ଓଜନ ସାଢେ ୩ କେଜି ଥିବା ବେଳେ ଅନ୍ୟଟି ୨କେଜି ଓଜନର ।

ପଥର ୨ଟିକୁ ହସୁଁଆ ନଦୀ କୂଳରେ ଏକ ତାର ଜାଲି ଭିତରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତିଦିନ ବହୁ ଲୋକଙ୍କ ଭିଡ ଜମୁଛି । ପ୍ରତିଦିନ ସକାଳେ ଓ ସଂନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ହେବା ସହ ଗାଁରେ ହନୁମାନ ଅବିର୍ଭାବ ହୋଇଛନ୍ତି ବୋଲି କହୁଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ଏକ ହନୁମାନ ମନ୍ଦିର ନିର୍ମାଣ କରାଯିବ ବୋଲି ଯୋଜନା ହେଉଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe