କନକ ବ୍ୟୁରୋ: ପିଲାବେଳେ ନ ଖାଇଲେ ଘରଚଟିଆ ଖାଇଦେବ କହି ଡରାଉଥିଲେ ମା’ । ହେଲେ କିଏ ଜାଣିଥିଲା ଗତ କିଛି ବର୍ଷ ଭିତରେ ଏ କୁନି ଚଢ଼େଇ ଇତିହାସ ପାଲଟିଯିବ । ଯାହାର କିଚିରି ମିଚିରି ଶବ୍ଦରେ ସକାଳର ସିନ୍ଦୂରା ଫାଟୁଥିଲା । ଘର ଅଗଣାରେ ଖୁଦ ଖାଇବାକୁ ଉଡ଼ି ଆସୁଥିଲେ । ହେଲେ ଏହି ଘରଚଟିଆ ଆଉ ଦେଖିବାକୁ ମିଳୁନାହାନ୍ତି । ଚାଳଘରର ସଂଖ୍ୟା କମିଯିବା ଓ ବହୁଳ ମୋବାଇଲ୍ ବ୍ୟବହାର ଏହା ପଛର କାରଣ ବୋଲି କୁହାଯାଉଛି । ଏପରିକି ସୁପର ମାର୍କେଟର ଫୁଡ୍ କଲଚର ସେମାନଙ୍କ ଖାଦ୍ୟ ପ୍ରକ୍ରିୟାକୁ ବି ନଷ୍ଟ କରି ଦେଇଛି । ତେଣୁ ଗାଁ ହଜିଯିବା ପୂର୍ବରୁ ଯେମିତି ହଜି ଯାଇଛନ୍ତି ଆମ ପିଲାଦିନର ସାଙ୍ଗ ଘରଚଟିଆ ।
ସମ୍ବଲପୁର କୁଚିଣ୍ଡାରେ ମଣ୍ଡି ଅଚଳାବସ୍ଥା : କ୍ବିଣ୍ଟାଲ୍ ପିଛା ୫କେଜି ଧାନ କଟାଯାଉଥିବା ଅଭିଯୋଗ
ବିଗିଡ଼ିଗଲା ପରିବେଶ ସନ୍ତୁଳନ
ବଦଳିଗଲା ଜୀବନଶୈଳୀ
ପ୍ରଭାବିତ ହେଲା ପକ୍ଷୀଜଗତ । ଘରଚଟିଆ, ବଣି, ବାଦୁଡ଼ି, ପାଣିକୁଆ, କୁମ୍ଭାଟୁଆ, କାଠହଣା, ବାଇଚଢ଼େଇ ଏବେ ବିଲୁପ୍ତପ୍ରାୟ । କାଉ, ଶାଗୁଣା, ଚିଲ, ବଗଙ୍କ ସ୍ଥିତି ବି ଭଲ ନାହିଁ । ତଥ୍ୟ କହୁଛି, ବିଶ୍ୱରେ ପକ୍ଷୀଙ୍କର ବିଭିନ୍ନ ପ୍ରଜାତି ଥିବା ବେଳେ ସେଥିରୁ ୪୮ ପ୍ରତିଶତ ସଙ୍କଟରେ । ୩୯ ପ୍ରତିଶତ ପକ୍ଷୀଙ୍କର ଅବସ୍ଥା ସ୍ଥିର ରହିଛି। କେବଳ ମାତ୍ର ୬ ପ୍ରତିଶତ ପକ୍ଷୀଙ୍କ ସଂଖ୍ୟା ବଢ଼ୁଛି । ଆଉ ବାକି ୭ ପ୍ରତିଶତ ପ୍ରଜାତିଙ୍କ ସଂଖ୍ୟା ବିଷୟରେ ତଥ୍ୟ ମିଳୁନି । ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତାରେ ମାନବୀୟ ଦଖଲ ଏହା ପଛର ଅନ୍ୟତମ କାରଣ । ତେଣୁ ଆଗୁଆ ସତର୍କ ନ ହେଲେ ଆଗାମୀ ଭବିଷ୍ୟତ ଆହୁରି ଭୟଙ୍କର ହୋଇପାରେ । ପ୍ରଶ୍ନ ଉଠୁଛି, ଆମ ଆଖି ସାମ୍ନାରେ ପକ୍ଷୀବଂଶ ଧ୍ବଂସ ପାଇଯାଉଥିଲା ବେଳେ ଆମେ କେବଳ ଦିବସ ପାଳନରେ ସୀମିତ ରହିଯାଉନେ ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/05/national-bird-day-pkg-rajesh-2026-01-05-19-47-55.jpg)