mohan majhi Photograph: (kanaknews)
କନକ ବ୍ୟୁରୋ: ସୁଦାନରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ । ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଆଦର୍ଶ ବେହେରାଙ୍କ ପରିବାରକୁ ଦେଲେ ପ୍ରତିଶ୍ରୁତି । କହିଲେ, କେନ୍ଦ୍ର ଗୃହମନ୍ତ୍ରାଳୟ ସହ ସମ୍ପର୍କରେ ଅଛନ୍ତି ରାଜ୍ୟ ସରକାର । ଆଦର୍ଶଙ୍କୁ ଅପହରଣ କରି ନେଇଛନ୍ତି ରାପିଡ୍ ସପୋର୍ଟ ଫୋର୍ସ । ଦକ୍ଷିଣ ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି ।
ଆଜି ବିଶ୍ବବିଜୟୀ ଟିମ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସନ୍ଧ୍ୟାରେ ହେବ ସାକ୍ଷାତ
ଅପହୃତ ଓଡ଼ିଆ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳର ଆଦର୍ଶ ବେହେରା ବୋଲି ଜଣାପଡିଛି । ଆଦର୍ଶଙ୍କୁ ସୁଦାନରେ ରାପିଡ୍ ସପୋର୍ଟ ଫୋର୍ସେସ ଅପହରଣ ପରେ ପଣବନ୍ଦୀ କରି ରଖିଛି । ଅପହରଣ କରି ନିଆଯିବା ସହିତ ତାଙ୍କର ମୋବାଇଲ ଫୋନ୍ ଏବଂ ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଛନ୍ତି ଅପହରଣକାରୀ । ଆଦର୍ଶ ତାଙ୍କର ଏକ ଅଡିଓ ରେକର୍ଡିଂ ପତ୍ନୀଙ୍କ ପାଖକୁ ପଠାଇଥିଲେ । ସେଥିରେ ସେ କହିଛନ୍ତି, ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଅନୁରୋଧ କରନ୍ତି ତାହେଲେ ଅପହର୍ତ୍ତାମାନେ ମୁକ୍ତ କରିବେ । ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ସୁସ୍ମିତା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଆଦର୍ଶଙ୍କ ପରିବାରକୁ ଭେଟିଛନ୍ତି । କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ ପାଇଁ ଜଗତସିଂହପୁର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Follow Us