କନକ ବ୍ୟୁରୋ: ବେଆଇନ ଖଣି ବକେୟା ଆଦାୟ ମାମଲାର ଦ୍ରୁତ ସମାଧାନ ପାଇଁ ଗଠିତ ହେବ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ । ଏକ ନିର୍ଦ୍ଦିଷ୍ଟ ବେଞ୍ଚ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଓଡ଼ିଶା ସରକାରକୁ କହିଛନ୍ତି ଯେ, ଖଣିଜ ଦେୟ ଆଦାୟ ସମ୍ପର୍କୀୟ ସମସ୍ତ ମାମଲାର ଦ୍ରୁତ ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟ ସ୍ୱତନ୍ତ୍ର ବେଞ୍ଚ ଗଠନ କରନ୍ତୁ । ୨୦୨୬ ମାର୍ଚ୍ଚ ୩ ତାରିଖ ସୁଦ୍ଧା ସମସ୍ତ ମାମଲାର ଫଇସାଲ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଫଇସଲା ସମ୍ଭବ ହେଉନାହିଁ, ତେବେ ଅନ୍ତରୀଣ ସ୍ଥଗିତାଦେଶ ହଟାଇବା ଲାଗି ରାଜ୍ୟ କରିଥିବା ଆବେଦନ ଉପରେ ବିଚାର କରିବା ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

Advertisment

ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ଲାଗିବ ଇଣ୍ଟରନେଟ: ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

ବେଆଇନ ଖଣି କାର୍ଯ୍ୟକଳାପରୁ ୨୭ଶହ କୋଟି ଟଙ୍କାର କ୍ଷତିପୂରଣ ରାଶି ଆଦାୟ ହୋଇପାରିନାହିଁ । ଏହାକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି ବକେୟା ଆଦାୟ ହୋଇପାରୁନଥିବାରୁ ବିଚାରପତି ଦିପାଙ୍କର ଦତ୍ତ ଓ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିନ୍ତା ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଖଣି ଲିଜଧାରୀଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ସୁପ୍ରିମକୋର୍ଟ ୨୦୧୭ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବେଆଇନ ଖଣି କ୍ଷତିପୂରଣ ରାଶି ଆଦାୟ ଆଦେଶ ବିରୋଧରେ ଅନେକ ମାମଲା ହାଇକୋର୍ଟରେ ରହିଛି । ତେଣୁ ବିବାଦୀୟ ଫଇସଲା ପାଇଁ ଓଡ଼ିଶା ସରକାର ଚଳିତ ମାସ ୧୯ ତାରିଖ ସୁଦ୍ଧା ହାଇକୋର୍ଟରେ ଆବେଦନ କରିବା ପାଇଁ ଅନୁମତି ଦିଆଯାଉଛି । ସେହିପରି ୨୦୨୬ ସୁଦ୍ଧା ସମସ୍ତ ମାମଲାର ଫଇସଲା ପାଇଁ ଏକ ଉତ୍ସର୍ଗୀକୃତ ଖଣ୍ଡପୀଠ ଗଠନ କରିବା ପାଇଁ ଓଡ଼ିଶା ହାଇକୋର୍ଟକୁ କହିଛନ୍ତି ସୁପ୍ରିମକୋର୍ଟ ।