Big Breaking : ବିଜେଡିରୁ ପ୍ରଭାତ ବିଦା

Advertisment

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଭାତ ବିଶ୍ୱାଳ ଏହାକୁ ବିରୋଧ କରିଥିଲେ

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଭାତ ବିଶ୍ୱାଳ ଏହାକୁ ବିରୋଧ କରିଥିଲେ

Prabhat Biswal

Prabhat Biswal Photograph: (Kanak News)

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ବଡ଼ ହଲଚଲ । ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ଜାହିର କରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ । ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଭାତ ବିଶ୍ୱାଳ ଏହାକୁ ବିରୋଧ କରିଥିଲେ । ସ୍ଥିତି ଜଟିଳ ହେବା ପରେ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖି ଦଳରୁ ଦୂରେଇ ଯିବି ବୋଲି କହିଥିଲେ । ଆଉ ଏବେ ପ୍ରଭାତଙ୍କ ଉପରେ ବିଜେଡି ଆକ୍ସନ ନେଇଛି । 

ଏହା ବି ପଢ଼ନ୍ତୁ: ରାଜ୍ୟସଭା ପ୍ରାର୍ଥୀ, ନବୀନ-ଭକ୍ତ ଏକାଠି ! ନବୀନ ନିବାସରେ ହୋଇଥିଲା ଗୁପ୍ତ ରଣନୀତି !

ରାଜ୍ୟସଭା ନିର୍ବାଚନ ବିଜେଡି ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଘୋଷଣା କରିଛି । ସନ୍ତୃପ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ । ହାରିଥିବା ନେତା କାହିଁକି ରାଜ୍ୟସଭା ଯିବେ ବୋଲି ପ୍ରଶ୍ନ କରିଥିଲେ ପ୍ରଭାତ । ଯେଉଁମାନେ କାମ କରୁଛନ୍ତି ତାକୁ ଦିଆଯାଉ । ଦଳର କର୍ତ୍ତବ୍ୟ କରିଥିବା ନେତାଙ୍କୁ ଗୁରୁତ୍ଵ ଦିଆଯାଉ । ଦଳର ଫଣ୍ଡ ହଡ଼ପ ହୋଇଯିବ, ଏହା ଏକପାଖିଆ ନିଷ୍ପତ୍ତି । ଏହାସହ ଏହି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିବି । ଆଲୋଚନା ନକଲେ ଦଳରୁ ଓହରିଯିବି ବୋଲି କହିଥିଲେ ପ୍ରଭାତ ବିଶ୍ୱାଳ । 

ଅନ୍ୟପଟେ ପ୍ରମିଳା ମଲ୍ଲିକ କହିଥିଲେ, ସବୁ ଦଳକୁ ସମର୍ଥନ ମାଗିଛୁ । ସମର୍ଥନ ମିଳିବ ବୋଲି ଆଶାବାଦୀ ଅଛୁ । ଦଳ ଭିତରେ ଅସନ୍ତୋଷ ନାହିଁ। ସମସ୍ତେ ଏକାଠି ହୋଇ ଭୋଟ ଦେବେ । ସେପଟେ ପ୍ରଭାତ ବିଶ୍ୱାଳଙ୍କୁ ସିଧା ଟାର୍ଗେଟ୍‌ କରିଥିଲେ ଦେବାଶିଷ ସାମନ୍ତରାୟ । ପ୍ରଭାତ ବିଶ୍ୱାଳ କିଏ… ସେ କେଉଁଠୁ ଆସିଥିଲେ… ଦିନେ ସେ ନବୀନ ପଟ୍ଟନାୟକଙ୍କ ଗାଡ଼ି ଦେଇଥିଲେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ଏହାସହ ବିଜେଡିର ପ୍ରାର୍ଥୀ ସସପେନ୍ସ ଉପରୁ ହଟିଛି ପରଦା । ଦତ୍ତେଶ୍ୱରଙ୍କୁ ସମର୍ଥନ କରିବାକୁ ସବୁ ଦଳକୁ ଅପିଲ କରିଛନ୍ତି ନବୀନ । ଗତ କିଛି ଦିନ ହେଲାଣି ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି । ଏହାପୂର୍ବରୁ ବି ଦଳରେ ବିଶୃଙ୍ଖଳା ଆଚରଣ ଯୋଗୁଁ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କୁ ଦଳ ବାହାରକୁ ରାସ୍ତା ଦେଖାଇ ଦେଇଥିଲେ ବିଜେଡି ସୁପ୍ରିମୋ । 

ଖବର ଅପଡେଟ୍‌ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe