କନକ ବ୍ୟୁରୋ: ସର୍ବସ୍ବ ବିକି ରାଜସ୍ଥାନ କୋଟାକୁ କୋଚିଂ ପାଇଁ ପଠାଇଥିଲେ ବାପା-ମାଆ । ସ୍ରପ୍ନ ଥିଲା ପୁଅ ଡାକ୍ତର ହେବ । ହେଲେ ସବୁ ସ୍ବପ୍ନ ଭାଙ୍ଗି ଚୁରମାର୍ ହୋଇଗଲା । ହଠାତ୍ ପୁଅର ମୃତ୍ୟୁ ଖବର ମିଳିଲା । ହଁ,ଆମେ ଗଞ୍ଜାମ ପାତ୍ରପୁର ରୋଶନ ପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ବିଷୟରେ ହିଁ କହୁଛୁ । ପୁଲିସ କହୁଛି, ପୋଷ୍ଟମର୍ଟମ ପରେ ଖୋଲିବ ମୃତ୍ୟୁ ରହସ୍ୟ ।
ଅଧିକ ପଢ଼ନ୍ତୁ--- କ୍ଷେତରେ ହସୁଥିଲା ଫସଲ; କ୍ଷତ ସୃଷ୍ଟି କଲା ସମ୍ଭାବ୍ୟ ବାତ୍ୟା
ରାଜସ୍ଥାନ କୋଟାରେ ରୋଶନ ପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଗଞ୍ଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁରେ ପଡିଛି କାନ୍ଦ ବୋବାଳି । ଭେଣ୍ଡିଆ ପୁଅର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ନିଟ ପ୍ରସ୍ତୁତି ପାଇଁ ୪ ମାସ ତଳେ ରୋଶନ ଯାଇଥିଲେ କୋଟା । ସମ୍ପର୍କୀୟ ଭାଇ ସହ ରହୁଥିଲେ ହଷ୍ଟେଲରେ । ହେଲେ ଅଚାନକ ଶନିବାର ଆସିଥିଲା ଫୋନ୍ । ଆଉ ଆରପଟୁ କୁହାଗଲା, ଆପଣଙ୍କ ପୁଅ ଆଉ ନାହିଁ । ପରିବାର ଲୋକେ ହତବାକ୍ । ରୋଶନଙ୍କ ପାଠପଢା ପାଇଁ ଘର ବିକିଦେଇଥିଲେ ବାପା ।
ରୋଶନଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା?
ମୃତ୍ୟୁ ପୂର୍ବରୁ କ'ଣ ଘଟିଥିଲା ହଷ୍ଟେଲରେ?
ରୋଶନ ଥିଲେ ଜଣେ ମେଧାବୀ ଛାତ୍ର। ସ୍ବପ୍ନ ଦେଖିଥିଲେ ବଡ଼ ହେଲେ ଭଲ ଡାକ୍ତର ହୋଇ ଘରର ନାଁ ରଖିବେ। ବିଧିର ବିଧାନ ଥିଲା କିଛି ଅଲଗା । ଶନିବାର ସକାଳେ ସମ୍ପର୍କୀୟ ଭାଇ କୋଚିଂ ପାଇଁ ଯିବା ପୂର୍ବରୁ ଦେଖିଥିଲେ ରୋଶନଙ୍କ କବାଟ ବନ୍ଦ ଅଛି । ସେ ଫେରିବା ପରେ ଖୋଲିନଥିଲା । ଆଉ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗିଥିଲା କବାଟ । ଅଚେତ ଅବସ୍ଥାରେ ମୁହଁମାଡି ପଡିଥିଲେ ରୋଶନ । ଡାକ୍ତର ଘୋଷଣା କରିଥିଲେ ସେ ଆଉ ନାହାନ୍ତି । ସରକାର ଘଟଣାକୁ ଗୁରୁତ୍ଵ ଦେଇ ମୃତଦେହକୁ ଗାଁ କୁ ଆଣିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/kotatragedy-2025-10-26-21-18-27.jpg)