କନକ ବ୍ୟୁରୋ: ପୁଣି ସେହି ଅକ୍ଟୋବର ମାସ, ୨୮ରୁ ୨୯ତାରିଖରେ ଯେତେବେଳେ ବାତ୍ୟା ଆସୁଛି ସେତେବେଳେ ମନରେ ଛନକା ପଶୁଛି । ଓଡ଼ିଶାରେ ବାତ୍ୟା ମାଡ ହେଉ କି ନହେଉ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । କିଏ କଂଚା ଧାନକୁ କାଟି ନେଉଛି ତ ଆଉ କିଏ ଅମଳ ମକା ସାଇତିବାରେ ଲାଗି ପଡିଛି ।
ଅଧିକ ପଢ଼ନ୍ତୁ--- ସମୁଦ୍ରରେ ବଳ ଗୋଟାଉଛି ଗଭୀର ଅବପାତ
ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଛାଷୀ । ତରବରିଆ ଭାବେ ଫସଲ ଅମଳରେ ଲାଗିପଡ଼ିଛନ୍ତି । କିଏ ଧାନକଟାରେ ଲାଗିଛନ୍ତି ତ ଆଉ କିଏ କିଏ ମକା ଅମଳର ଲାଗିଛନ୍ତି । ମାଲକାନଗିରିରେ କାଲିଠୁ ୩ ଦିନ ଧରି ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ପାଚିଲା-ଅପାଚିଲା ଧାନ ସବୁ କାଟି ନେଉଛନ୍ତି । ଧାନ କଟା ମେଶିନ ପାଇବା ଲାଗି ଚାଷୀଙ୍କ ଧାଡି ଲାଗିଛି । ନବରଙ୍ଗପୁରରେ ଅମଳ ସମୟରେ ବର୍ଷା ଆସୁଥିବାରୁ ମକା ତୋଳିବାରେ ଲାଗି ପଡିଛନ୍ତି ଚାଷୀ। ଆଉ କିଏ ଶୁଖାଇ ଥିବା ମକାକୁ ବସ୍ତାରେ ଭରିବାରେ ଲାଗିଛନ୍ତି ।
ଗଜପତିରେ ଦଶହରା ସମୟରେ ଲଗାଣ ବର୍ଷା ଯୋଗୁଁ ମୋହନା, ଆର.ଉଦୟଗିରି ଓ ନୂଆଗଡ଼ ବ୍ଲକରେ ବହୁ କ୍ଷୟକ୍ଷତି ହୋଇଥିଲା । ଏବେ ପୁଣି ସାମୁଦ୍ରିକ ଝଡ଼ ଆଶଙ୍କା ଭୟଭୀତ କରିଛି । ମୋହନା ବ୍ଲକର ଚାଷୀ ତରବରିଆ ଭାବେ ମକା ଅମଳରେ ଲାଗିଛନ୍ତି । ମକା ମଣ୍ଡି ବ୍ୟବସ୍ଥା ନଥିବାକୁ ଅମଳ ମକାକୁ କେମିତି ସୁରକ୍ଷିତ ରଖିବେ ସେଥିପାଇଁ ଚିନ୍ତାରେ ପଡ଼ିଛନ୍ତି । ଦକ୍ଷିଣଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସମାନ ସ୍ଥିତି ।
ବାତ୍ୟାକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ସଜାଗ ହୋଇଛନ୍ତି ସରକାର। ବାତ୍ୟା ସମୟରେ ସମୁଦ୍ର ଭିତରକୁ ନଯିବାକୁ ଲୋକଙ୍କ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରାଯାଉଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଂଚଳ ଭୂସ୍ଖଳନ ପ୍ରବଣ ହୋଇଥିବାରୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ସରକାରୀ ଛୁଟିକୁ ବାତିଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/farmersalert-2025-10-26-21-05-28.jpg)