ଆଜି ପବିତ୍ର ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲାଗିହେଲା ପହିଲି ଭୋଗ ନୀତି

Advertisment

ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ, ବଳରାମଙ୍କୁ ।

ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ, ବଳରାମଙ୍କୁ ।

puri

Sree Mandir Photograph: (Kanak News)

କନକ ବ୍ୟୁରୋ: ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ ଖୁଆଇଥିଲେ କୃଷ୍ଣ, ବଳରାମଙ୍କୁ ।

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଜି ଉଦୟଗିରିର ରାତି ପାରଦରେ ସମାନ୍ୟ ପରିବର୍ତ୍ତନ

ସେହି ସ୍ମୃତିକୁ ମନେପକାଇ ଆଜି ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଠାକୁରଙ୍କୁ ଲାଗିହେବ ପହିଲିଭୋଗ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି କରାଯାଇ ପ୍ରତିଦିନ ଶ୍ରୀଜିଉଙ୍କୁ ଏହି ବିଶେଷ ଭୋଗ ଅର୍ପଣ କରାଯିବ । ବର୍ଷକୁ ଥରେ ଏହି ଭୋଗ ପାଇବା ପାଇଁ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ତେବେ ସକାଳ ହୋଇଗଲେ ଯଦି ଭୋଗ ନ ଲାଗିଥାଏ ଏହି ଭୋଗ ମାରା ହୋଇଯିବାର ମଧ୍ୟ ବିଧି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe