ମଣ୍ଡି ସମସ୍ୟା ଭିତରେ ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଲେ ସରକାର: ୧୮ଟି ଜିଲ୍ଲାରେ ଜାରି ରହିଛି ଧାନ ସଂଗ୍ରହ

Advertisment

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା-ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନସଂଗ୍ରହ ଜାରି ରହିଛି ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା-ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନସଂଗ୍ରହ ଜାରି ରହିଛି ।

Farmer Issue

Farmer Issue Photograph: (KanakNews)

କନକ ବ୍ୟୁରୋ: ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଛନ୍ତି ସରକାର । ରାଜ୍ୟର ୧୮ଟି ଜିଲ୍ଲାରେ ଏବେ ଧାନ ସଂଗ୍ରହ ଜାରି ରହିଛି । ଚାଷୀଙ୍କ ଆକାଉଣ୍ଟକୁ ଗଲାଣି ପ୍ରାୟ ୨୫୬୬ କୋଟି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା-ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନସଂଗ୍ରହ ଜାରି ରହିଛି । ଅଦ୍ୟାବଧି ଏହିସବୁ ଜିଲ୍ଲାର ୨,୪୯,୮୮୮ ଜଣ ଚାଷୀଙ୍କଠାରୁ ୧୧ ଲକ୍ଷ ୧୦ ହଜାର ୬୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇ ସାରିଲାଣି । ଏଥି ସହ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୯୬୧ କୋଟି ଟଙ୍କା ଏବଂ ଇନ୍‌ପୁଟ ସହାୟତା ବାବଦକୁ ୬୦୫ କୋଟି ଟଙ୍କା ଭାବେ ପ୍ରାୟ ୨୫୬୬ କୋଟି ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । 

ବିଦ୍ୟୁତ ତାର ନେଲା ଶିଶୁର ଜୀବନ: ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଏହି ଅର୍ଥରାଶି ସେମାନଙ୍କ ଆକାଉଣ୍ଟକୁ ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଉଛି । ରାଜ୍ୟରେ ଚଳିତ ଖରିଫ୍‌ ଋତୁରେ ସରକାରୀ ସ୍ତରରେ ଧାନସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିପାରିବା ସହ ସେମାନଙ୍କ ଅଭିଯୋଗ ଗୁଡିକର ତ୍ୱରିତ ଶୁଣାଣି କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe