odisha Photograph: (kanak news)
କନକ ବ୍ୟୁରୋ: ଓଡ଼ିଶାର ଅର୍ଥନୀତି ଆଗାମୀ ବର୍ଷରେ ନୂଆ ଶିଖର ଛୁଇଁବାକୁ ଯାଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଉଛି । ଆସନ୍ତାକାଲି ରାଜ୍ୟ ବଜେଟ୍ ଆଗତ ହେବ। ଆଜି ଉପସ୍ଥାପିତ ହୋଇଛି ଆର୍ଥିକ ସର୍ବେକ୍ଷଣ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି । ଓଡ଼ିଶାର ଜିଡିପି ୨୦୨୫-୨୬ ବର୍ଷରେ ପ୍ରାୟ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି, ଯାହା ଭାରତର ହାରାହାରି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ ।
ଆହୁରି ପଢ଼ନ୍ତୁ: ରାତି ପାହିଲେ ରାଜ୍ୟ ବଜେଟ୍
ବିକାଶ ପଥେ ଓଡ଼ିଶା
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬: ବଢ଼ିଲା ମୁଣ୍ଡପିଛା ଆୟ
ଓଡ଼ିଶାର ଅର୍ଥନୀତିର ଆକାର ୯.୯ ଲକ୍ଷ କୋଟି ଟଙ୍କା ହେବ
ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି
୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯% ରହିବା ଆକଳନ
ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ
ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪%ଠାରୁ ଅଧିକ
ଜନସ୍ବାସ୍ଥ୍ୟ ବ୍ୟୟରେ ରାଜ୍ୟରେ କ୍ରମାଗତ ବୃଦ୍ଧି
୨୦୧୯-୨୦ରେ ୬.୨ ହଜାର କୋଟି, ୨୦୨୪-୨୫ରେ ୧୯.୭ ହଜାର କୋଟିକୁ ବୃଦ୍ଧି
୨୦୨୫-୨୬ (ଅଗ୍ରିମ ଆକଳନ) ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨% ବୃଦ୍ଧି
୧,୮୬,୭୬୧ ଟଙ୍କାରେ ପହଞ୍ଚିଛି ଓଡ଼ିଶାର ମୁଣ୍ଡପିଛା ଆୟ
ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି
ବଢ଼ିଛି କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ଅବଦାନ
୨୦୨୫-୨୬ରେ ରାଜ୍ୟ ଅର୍ଥବ୍ୟବସ୍ଥାରେ ୧୯.୬% ଆକଳନ
Follow Us