କନକ ବ୍ୟୁରୋ: ରାତି ପାହିଲେ ଆସିବ ରାଜ୍ୟ ବଜେଟ୍ । ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର ଆକାର ତ ବୃଦ୍ଧି ପାଇବ । ଏହା ନିଶ୍ଚିତ । ହେଲେ ବର୍ଦ୍ଧିତ ବଜେଟରେ ସାଧାରଣ ଲୋକ କେତେ ଲାଭବାନ ହେବେ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ।
ଆହୁରି ପଢ଼ନ୍ତୁ:ହଳଦିଆପଦର ଦୁର୍ଘଟଣା ପାଇଁ ଭୁଲ ନକ୍ସା ହିଁ ଦାୟୀ
ଶୁକ୍ରବାର ମୁଣି ଖୋଲିବେ ମୋହନ
ଓଡ଼ିଶା ପାଇଁ ଆସିବ ବିକାଶର ବଜେଟ୍
ରାଜ୍ୟପାଳ ବିଧାନସଭାରେ ଅଭିଭାଷଣ ରଖି କହିଛନ୍ତି, ଭାରତର ତୃତୀୟ ବୃହତ୍ତ ଅର୍ଥନୀତି ହେବ ଓଡ଼ିଶା । ବିକଶିତ ଭାରତ ପାଇଁ ଓଡ଼ିଶା ସାଜିବ ଗ୍ରୋଥ୍ ଇଞ୍ଜିନ । ରାଜ୍ୟପାଳଙ୍କ ଏହି ଅଭିଭାଷଣକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଆସୁଛି ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ପୂର୍ବ ବଜେଟ୍ ଠାରୁ ଚଳିତବର୍ଷ ବଜେଟର କଳେବର ବଢି ୩ ଲକ୍ଷ ୧୫ ହଜାର କୋଟି ଟପିପାରେ । ଯାହା ବିକଶିତ ଓଡ଼ିଶା ସ୍ବପ୍ନକୁ ଆହୁରି ବଳ ଦେବ ।
ରାଜ୍ୟ ବଜେଟ୍ : ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍
ପଞ୍ଚାୟତ ନିର୍ବାଚନ ଥିବାରୁ କିଛି ନୂଆ ଯୋଜନା ଆଣିପାରନ୍ତି ସରକାର
ଇନପୁଟ୍ ସବ୍ସିଡି ଓ ସୁଭଦ୍ରା ଯୋଜନା ପାଇଁ ଅଧିକ ବ୍ୟୟବରାଦ ରହିପାରେ
ଗ୍ରାମୀଣ ବିକାଶ ଓ ରୋଜଗାର ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ମୋହନ ସରକାର
ଭିତ୍ତିଭୂମି, ଶିଳ୍ପ ଓ ସଡ଼କ ପରିବହନର ବିକାଶ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି
ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରକୁ ସୁଦୃଢ଼ କରିବାକୁ ମିଳିପାରେ ଅଧିକ ଅନୁଦାନ
ଐତିହାସିକ ବଜେଟ ଆଣିବାକୁ ଶାସକ ଦଳ ବେଶ ଉତ୍ସାହିତ। ସାଧାରଣ ଲୋକଙ୍କ ସ୍ବାର୍ଥ ଏହି ବଜେଟ ପୁରା କରିବ ବୋଲି କହିଛି ଶାସକ ଦଳ। ଅନ୍ୟପଟେ ବଜେଟ ବୃଦ୍ଧିକୁ କଟାକ୍ଷ କରିଛନ୍ତି ବିରୋଧୀ । ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ, ବଜେଟ୍ ବୃଦ୍ଧି କରି ଲାଭ କ’ଣ? ବୋଲି ପ୍ରଶ୍ନ କରିଛି ବିଜେଡି । ସେହିଭଳି କଂଗ୍ରେସ କହିଛି, ବଜେଟ୍ର ପ୍ରତିଫଳନ ରାଜ୍ୟ ବିକାଶରେ ଦେଖିବାକୁ ମିଳୁନି । ଶାସକ-ବିରୋଧୀଙ୍କ ପ୍ରତ୍ୟାରୋପ ଭିତରେ ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ବଜେଟ୍ରେ କ’ଣ ମିଳୁଛି ? ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/19/01-2026-02-19-19-44-17.jpg)