ଭୀଷଣ ବାତ୍ୟାର ରୂପନେଲା ମୋନ୍ଥା, ସନ୍ଧ୍ୟାରୁ ରାତି ସୁଦ୍ଧା ଲ୍ୟାଣ୍ଡଫଲ୍

କାକିନାଡ଼ାରୁ ୨୭୦ କିମି ଦୂରରେ ବାତ୍ୟା ମୋନ୍ଥା । ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି ।

26

Month turned into a fierce storm Photograph: (KanakNews)

କନକ ବ୍ୟୁରୋ : ଭୀଷଣ ବାତ୍ୟାର ରୂପନେଲା ବାତ୍ୟା ମୋନ୍ଥା । ମାଡି ଆସୁଛି ଭୀଷଣ ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ମଚ୍ଛଲିପଟ୍ଟନମରୁ ୧୯୦ କିମି ଦୂରରେ ରହିଛି ବାତ୍ୟା । କାକିନାଡ଼ାରୁ ୨୭୦ କିମି ଦୂରରେ ବାତ୍ୟା ମୋନ୍ଥା । ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି । ସନ୍ଧ୍ୟାରୁ ରାତି ସୁଦ୍ଧା କାକିନାଡ଼ା ଅତିକ୍ରମ କରିବା ସମ୍ଭାବନା ରହିଛି । ଆନ୍ଧ୍ର କାକିନାଡ଼ାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସନ୍ଧ୍ୟା ୫ଟାରୁ ରାତି ୮ଟା ଭିତରେ କୋନାସୀମାରେ ଲ୍ୟାଣ୍ଡଫଲ୍ କରିପାରେ ଭୀଷଣ ବାତ୍ୟା ମୋନ୍ଥା । ଅପରାହ୍ଣ ୩ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଭୀଷଣ ବାତ୍ୟାକୁ ନେଇ ସଚେଚନ କରାଇଛି ପାଣିପାଗ ବିଭାଗ ।

ଆସୁଛି ବାତ୍ୟା 'ମୋନ୍ଥା', ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବର୍ଷା । ଗୋପାଳପୁରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ସଭିଁଙ୍କୁ ସତର୍କ କରାଯାଇଛି । ବେଳାଭୂମିକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe