କନକ ବ୍ୟୁରୋ: ବାତ୍ୟା ମୋନ୍ଥାର ପ୍ରଭାବରେ କେତେକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍ ଫ୍ରି' ନମ୍ବରରେ କଲ୍ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ । ୧୦୭୭-୦୬୮୫୨-୨୫୧୧୦୧ କଲ୍ କରି ସହାୟତା ପାଇ ପାରିବେ ଲୋକେ ।
ଗତକାଲିଠାରୁ ମାଲକାନଗିରିରେ ବି ହେଲ୍ପଡେସ୍କ ସକ୍ରିୟ ରହିଛି । ଏବେ ବାତ୍ୟା ମୋନ୍ଥା ଗୋପାଳପୁର ଠାରୁ ୫୫୦ କିମି ଦୂରରେ ରହିଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନର ଆଶଙ୍କା ରହିଛି । ବାତ୍ୟା ପାଇଁ ୧୧ ଜିଲ୍ଲାରେ ସ୍କୁଲ୍ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ଏବେ ଭୀଷଣ ବାତ୍ୟାର ରୂପ ନେଇ ସାରଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।
ବାତ୍ୟାକୁ ଦୃଷ୍ଟିରେ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବେଳାଭୂମି ଖାଲି କରାଯାଉଛି, ଏବେ କାକିନାଡ଼ାଠାରୁ ମାତ୍ର ୧୯୦ କିମି ଦୂରରେ ରହିଛି । ଭୟଭୀତ ନହୋଇ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଉଛି ।
ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ତଦାରଖ କରୁଛନ୍ତି ସ୍ଥାନୀୟ ପ୍ରଶାସନ । ଖଲ୍ଲିକୋଟ ବ୍ଲକରେ ଚିଲିକା ଉପକୂଳ ରେ ଥିବା ୬ ଖଣ୍ଡ ପଞ୍ଚାୟତର ୧୨ରୁ ୧୩ ଖଣ୍ଡ ଗ୍ରାମକୁ ବୁଲି ସ୍ଥିତି ପରିଖିଛନ୍ତି ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଡି ମାଲେଶ୍ୱର ପାତ୍ର , ବିଡ଼ିଓ ଦେବାଶିଷ ସାମଲ ଓ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ । ବାତ୍ୟାକୁ ମୁକାବିଲା କରିବା ପାଇଁ ଖଲ୍ଲିକୋଟ ବ୍ଲକରେ ଥିବା ୧୬ ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫ ଅସ୍ଥାୟୀ ସ୍ଥଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖଲ୍ଲିକୋଟ ବିଡ଼ିଓ । ଏହା ସହ ଆଉ କିଛି ସମୟ ପରେ ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରାଯିବ ନେଇ ସୂଚନା ଦେଇଛନ୍ତି । ସେପଟେ ସରକାର କହିଥିବା ଜିରୋ କଜୁଆଲଟି କୁ ଧ୍ୟାନ ରେ ରଖି ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଥିବା ତହସିଲଦାର କହିଛନ୍ତି ।
ବାତ୍ୟା 'ମୋନ୍ଥା' ସମୟରେ ବିଦ୍ୟୁତ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଶକ୍ତି ବିଭାଗ ପ୍ରସ୍ତୁତ । ବାତ୍ୟା 'ମୋନ୍ଥା' ଉପରେ ନଜର ରଖି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର, ଏସିଏସ୍ ତଥା-ସ୍ୱତନ୍ତ୍ର ରିଲିଫ୍ କମିଶନର, ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ଅନ୍ୟ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଶକ୍ତି ବିଭାଗ ତାର ପ୍ରସ୍ତୁତି ଏବଂ ବିଦ୍ୟୁତ ଭିତ୍ତିଭୂମି ଉପରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ କମ କରିବା ଏବଂ ରାଜ୍ୟ ସାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲା । ପ୍ରଭାବିତ ଗ୍ରାହକମାନଙ୍କୁ ପୁନରୁଦ୍ଧାର ଅଗ୍ରଗତି ବିଷୟରେ ସୂଚନା ଦେବା ପାଇଁ କଲ୍ ସେଣ୍ଟର ସହିତ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଇଛି । ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର 1912 ମାଧ୍ୟମରେ ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ରିପୋର୍ଟ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/28/cyclone-control-room-2025-10-28-10-07-44.jpg)