କନକ ବ୍ୟୁରୋ : ଭୀଷଣ ବାତ୍ୟାର ରୂପନେଲା ବାତ୍ୟା ମୋନ୍ଥା । ମାଡି ଆସୁଛି ଭୀଷଣ ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ମଚ୍ଛଲିପଟ୍ଟନମରୁ ୧୯୦ କିମି ଦୂରରେ ରହିଛି ବାତ୍ୟା । କାକିନାଡ଼ାରୁ ୨୭୦ କିମି ଦୂରରେ ବାତ୍ୟା ମୋନ୍ଥା । ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି । ସନ୍ଧ୍ୟାରୁ ରାତି ସୁଦ୍ଧା କାକିନାଡ଼ା ଅତିକ୍ରମ କରିବା ସମ୍ଭାବନା ରହିଛି । ଆନ୍ଧ୍ର କାକିନାଡ଼ାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସନ୍ଧ୍ୟା ୫ଟାରୁ ରାତି ୮ଟା ଭିତରେ କୋନାସୀମାରେ ଲ୍ୟାଣ୍ଡଫଲ୍ କରିପାରେ ଭୀଷଣ ବାତ୍ୟା ମୋନ୍ଥା । ଅପରାହ୍ଣ ୩ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଭୀଷଣ ବାତ୍ୟାକୁ ନେଇ ସଚେଚନ କରାଇଛି ପାଣିପାଗ ବିଭାଗ ।
ଆସୁଛି ବାତ୍ୟା 'ମୋନ୍ଥା', ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବର୍ଷା । ଗୋପାଳପୁରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ସଭିଁଙ୍କୁ ସତର୍କ କରାଯାଇଛି । ବେଳାଭୂମିକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/26-2025-10-28-10-35-22.jpg)