MAHANADI Photograph: (KANAK NEWS)
କନକ ବ୍ୟୁରୋ: ଓଡ଼ିଶାର ଜୀବନରେଖାକୁ ଦେଖିଲେ ଏବେ ଦୁଃଖ ଲାଗୁଛି। ଏ ମରୁଭୂମି ନା ମହାନଦୀ । ନ୍ୟାୟିକ ଲଢେଇ ଭିତରେ ଛତିଶଗଡ ମହାନଦୀର ତଣ୍ଟି ଚିପି ଦେଇଛି । ଓଡ଼ିଶାର ଦାବି ଶୁଣୁନି ପଡିଶା ରାଜ୍ୟ । ଏସବୁ ଭିତରେ ଶେଷରେ କେନ୍ଦ୍ରକୁ ଭରସିଛି ଓଡ଼ିଶା । ନ୍ୟାୟ ମିଳିବ ବୋଲି ଆଶା ବଢିଛି ।
ଆହୁରି ପଢ଼ନ୍ତୁ: ପିଲାଙ୍କୁ ପୋଷାକ ଦେବାକୁ ଟଙ୍କା ଦେଇଥିଲେ ମୁଖ୍ୟମନ୍ତ୍ରୀ
ସମୟ ଗଡିବା ସହିତ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି ମହାନଦୀର ଭାଗ୍ୟ ଓ ଭବିଷ୍ୟତ । ମହାନଦୀ ମାଆକୁ କେବେ ନ୍ୟାୟ ମିଳିବ, ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଟ୍ରିବ୍ୟୁନାଲ, ଆପୋଷ ଆଲୋଚନା, କମିଟି ପାଖରେ ଅଟକିଯାଇଛି ମହାନଦୀର ଝର । ବାରମ୍ବାର ନିରାଶ ହେବା ପରେ ଏବେ ପଡ଼ିଶା ନୁହେଁ କେନ୍ଦ୍ର ଭରସାରେ ଓଡ଼ିଶା। ଦୁଇପାଦ ଆଗକୁ ବଢ଼ି କେନ୍ଦ୍ରକୁ ମହାନଦୀ ବିବାଦରେ ମୁଣ୍ଡ ଖେଳାଇବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରକୁ ମଧ୍ୟସ୍ଥ ରଖି ଆପୋସ ଆଲୋଚନା ପାଇଁ କରିବାକୁ ଚାହୁଛି ଓଡ଼ିଶା ।
ଆହୁରି ପଢ଼ନ୍ତୁ: ନିରବ ନବୀନଙ୍କ ଛାୟା କ୍ୟାବିନେଟ୍
ଟ୍ରିବ୍ୟୁନାଲର ଅବଧି ଆସନ୍ତା ମାର୍ଚ୍ଚରେ ସରୁଛି । ତଥାପି ଆଇନଗତ ଲଢେଇରେ ପଛଘୁଞ୍ଚା ଦେବାକୁ ଚାହୁନି ଓଡ଼ିଶା । ଟ୍ରିବ୍ୟୁନାଲ ଅବଧିକୁ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଅବଗତ କରିଛି ରାଜ୍ୟ । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ଛତିଶଗଡ଼ରେ ଥିବା ବିଜେପି ସରକାରକୁ ସହଜରେ ଭରସିପାରୁନି କି ଓଡ଼ିଶା ? ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ପ୍ରସ୍ତାବକୁ ଅଣଦେଖା କରୁଛି କି ଛତିଶଗଡ଼ ? ଅନ୍ୟପଟେ ବିରୋଧୀଙ୍କ ଯୁକ୍ତି, ମହାନଦୀକୁ ନ୍ୟାୟ ଦେବାରେ ଟ୍ରିପଲ ଇଞ୍ଜିନ ଫେଲ୍ ।
ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ । ଏହାପୂର୍ବରୁ ଓଡ଼ିଶାରେ ମହାନଦୀର ଅବସ୍ଥା ମରୁଭୂମି ଭଳି । ଆପୋସ ଆଲୋଚନା ଓ ଟ୍ରିବ୍ୟୁନାଲ ଲଢ଼େଇ ଭିତରେ କେବେ ନ୍ୟାୟ ପାଇବ ମହାନଦୀ ? ତାହା ବଡ ପ୍ରଶ୍ନ ।
Follow Us