କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ସହ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସଂସ୍ଥାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଅନ୍ତର୍ଜାତୀୟ ଅବଦୁଲ ଲତିଫ ଜମିଲ ପଭର୍ଟି ଆକ୍ସନ ଲାବ ସାଉଥ ଏସିଆ ବା ଜେ-ପାଲ ସହ ସ୍ୱାକ୍ଷରିତ ହୋଇଛି ଏହି ବୁଝାମଣାପତ୍ର । ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଇଷ୍ଟର ଡୁଫଲୋଙ୍କ ଦ୍ୱାରା ପ୍ରତିଷ୍ଠିତ ଜେ-ପାଲ ସଂଗଠନ ରାଜ୍ୟରେ ମହିଳା ସଶକ୍ତିକରଣ, ଶିକ୍ଷା, କୁପୋଷଣ, ଦାଦନ, ଶ୍ରମିକ ସମସ୍ୟା, କୃଷି ଉତ୍ପାଦନ ବୃଦ୍ଧି, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଗବେଷଣା ଭିତିକ ସହଯୋଗ ଯୋଗାଇବ ।
ପ୍ରାଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ୫-ଟି ଯୋଜନା କାର୍ଯ୍ୟକାରୀ କରିବା ପରେ ଏବେ ଓଡ଼ିଶା କିପରି ଗରିବ ରାଜ୍ୟ ତାଲିକାରୁ ବାଦ୍ ପଡ଼ିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ପ୍ରତ୍ୟେକ କାର୍ଯ୍ୟକ୍ରମର ସୁଫଳ ଯେପରି ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ପୂରା ତଳସ୍ତରରୁ କାରଣ ଖୋଜି ଏହାର ନିରାକରଣ କରିବେ। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ପାଇଁ ପରାମର୍ଶ ଦେବେ ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ଏବଂ ଏସଥର୍ ଡଫଲୋ। ଅଭିଜିତ ଓ ଏସଥର୍ ଦାରିଦ୍ର୍ୟ ଦୂରୀକରଣ ପାଇଁ ତୃଣମୂଳସ୍ତରରେ ବହୁ ଗବେଷଣା କରିବା ସହ ସାରା ବିଶ୍ବରେ ପ୍ରଶଂସିତ ହୋଇଛନ୍ତି। ଦୁଇ ନୋବେଲ ପୁରସ୍କାର ବିଜେତାଙ୍କ ଅଭିଜ୍ଞତାକୁ ଆଧାର କରି ଓଡ଼ିଶାର ସରକାର ଜେ-ପଲ୍ (ଅବଦୁଲ୍ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ ଲ୍ୟାବ୍) ମାଧ୍ୟମରେ ଓଡ଼ିଶାରୁ ଦାରିଦ୍ର୍ୟ ହଟାଇବେ ବୋଲି ଆଶା ରଖିଛନ୍ତି।
ଭୁବନେଶ୍ୱର ଖାରବେଳ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ୫ଟି ସଚିବ ଭି .କାର୍ତିକେୟନ ପାଣ୍ଡିଆନ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଉପସ୍ଥିତ ଥିଲେ । ଜେ-ପାଲ ସଂସ୍ଥା ପକ୍ଷରୁ ଦକ୍ଷିଣ ଏସିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୋଭିନି ମୁଖାର୍ଜି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/d56gad6g4dag45da86g4ad6gad56g4ad56g4ad56g4ad56g4ad564g.jpg)