କନକ ବ୍ୟୁରୋ : କୁଆଡ଼େ ଯିବେ ଓପେପା ଅଧିନରେ କାମ କରୁଥିବା ଯନ୍ତ୍ରୀ । କ’ଣ ହେବ ତାଙ୍କର ଭବିଷ୍ୟତ । କାରଣ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ରକ୍ଷଣାବେକ୍ଷଣ ଓ ମରାମତି କାର‌୍ୟ୍ୟ ରାଜ୍ୟ ସରକାର ଅନ୍ୟ ବିଭାଗକୁ ଦେବେ ବୋଲି ସୂଚନା ମିଳିଛି। ୧୫ ବର୍ଷ ଧରି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆସୁଥିବା ଅନୁଦାନ ରାଶି ଓପେପା ଅଧୀନରେ କାର‌୍ୟ୍ୟରତ ଯନ୍ତ୍ରୀଙ୍କ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା କାର‌୍ୟ୍ୟକାରୀ କରାଯାଉଛି। ଇତି ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଶ୍ରେଣୀଗୃହ, ମଧ୍ୟାହ୍ନଭୋଜନ ରୋଷେଇ ଗୃହ ନିର୍ମାଣ ଓ ମରାମତି କାର‌୍ୟ୍ୟରେ ଏହି ଯନ୍ତ୍ରୀମାନଙ୍କ ଜ୍ଞାନକୌଶଳ ବିନିଯୋଗ କରାଯାଉଛି। ସ୍ୱଚ୍ଛ ବିଦ୍ୟାଳୟ କାର‌୍ୟ୍ୟକ୍ରମରେ ପ୍ରାୟ ୪୦ ହଜାର ଶୌଚାଳୟ କାର‌୍ୟ୍ୟ ମଧ୍ୟ ଏହି ଯନ୍ତ୍ରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ପ୍ରାକୃତିକ ବିପର‌୍ୟ୍ୟୟ, ସାଧାରଣ ନିର୍ବାଚନ ସମୟରେ ଏହି ଯନ୍ତ୍ରୀମାନେ ନିୟୋଜିତ ହୋଇଥାନ୍ତି। ହେଲେ ଏବେ ସେମାନଙ୍କୁ ଅଣଦେଖା କରାଯାଇଛି।

Advertisment

ବର୍ତ୍ତମାନ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି, ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଗୃହ ବିଭାଗ ଦ୍ୱାରା ହେବ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ଗତ ଜୁନ୍ ୨୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ପ୍ରାଥମିକ ଶିକ୍ଷା ପ୍ରାଧିକରଣ କାର‌୍ୟ୍ୟକ୍ରମ(ଓପେପା) ଅଧୀନରେ କାର‌୍ୟ୍ୟରତ ଯନ୍ତ୍ରୀଙ୍କ ଭବିଷ୍ୟତ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବାସୂଚନାଅନୁଯାୟୀଏହିକାର୍ଯ୍ୟପାଇଁପ୍ରତିଜିଲ୍ଲାସ୍ତରରେବରିଷ୍ଠଟେକ୍ନିକାଲକନ୍ସଲ୍ଟାନ୍ସନିୟୋଜିତହୋଇଥିଲେ ।ମୋଟ୩୩ଜଣଯନ୍ତ୍ରୀନିୟୋଜିତହେବାକୁଥିବାବେଳେଏବେ୩୨ରହିଛନ୍ତି ।ସେହିପରିବ୍ଲକଗୁଡ଼ିକପାଇଁ୩୨୦ଜଣରହିବାକଥା ।ଏବେ୨୮୩ଜଣଯନ୍ତ୍ରୀକାର୍ଯ୍ୟରତଅଛନ୍ତି ।୧୫ବର୍ଷଧରିଏମାନେକାର୍ଯ୍ୟକରୁଥିଲାବେଳେବର୍ତମାନସମୟରେସରକାରଙ୍କନିଷ୍ପତ୍ତିସେମାନଙ୍କଭବିଷ୍ୟତନେଇଆଶଙ୍କାସୃଷ୍ଟିକରିଛି ।ଏପରିକି୩୧୫ଯନ୍ତ୍ରୀଙ୍କଦକ୍ଷତାକୁବିଚାରକରିରାଜ୍ୟରସରକାରୀବିଦ୍ୟାଳୟଗୁଡ଼ିକରଭିତ୍ତିଭୂମିବିକାଶପାଇଁଏମାନଙ୍କୁନିୟୋଜିତକରିବାକୁବିଧାୟକ, ସାଂସଦ, ବିଭିନ୍ନଜିଲ୍ଲାଯୋଜନାବୋର୍ଡରଅଧ୍ୟକ୍ଷମାନେସରକାରଙ୍କୁଚିଠିଲେଖିଛନ୍ତି ।

ଯନ୍ତ୍ରୀମାନେକହିଛନ୍ତିଯେସର୍ବଶିକ୍ଷାଅଭିଯାନରାଷ୍ଟ୍ରୀୟଶିକ୍ଷାଅଭିଯାନକୁଏକାଠିକରିଏବେସମଗ୍ରଶିକ୍ଷାଅଭିଯାନକାର୍ଯ୍ୟକାରୀକରିବାକୁନିଷ୍ପତ୍ତିହୋଇଛି ।ମୋସ୍କୁଲକାର୍ଯ୍ୟକ୍ରମମାଧ୍ୟମରେବିଦ୍ୟାଳୟରଉନ୍ନତିଦିଗରେପଦକ୍ଷେପନିଆଯାଉଛି ।ଏହିକାର୍ଯ୍ୟରେତାଲିମପ୍ରାପ୍ତଯନ୍ତ୍ରୀଙ୍କଜ୍ଞାନକୌଶଳବ୍ୟବହାରକରିବିଦ୍ୟାଳୟରଭିତ୍ତିଭୂମିବିକାଶକରାଯାଉ ।ମୁଖ୍ୟମନ୍ତ୍ରୀଓପେପାରସଭାପତିଥିବାରୁଯନ୍ତ୍ରୀମାନଙ୍କଭବିଷ୍ୟତଚିନ୍ତାକରିବାକୁସେମାନେଅନୁରୋଧକରିଛନ୍ତି ।ଏଥିସହଗଣଶିକ୍ଷାମନ୍ତ୍ରୀ, ସଚିବଓପେପାରାଜ୍ୟପ୍ରକଳ୍ପନିର୍ଦେଶକଙ୍କନିକଟରେଯନ୍ତ୍ରୀମାନେନିବେଦନକରିଛନ୍ତି ।